ଜୁନ୍ ୭ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଉନ୍ନତି ପାଇଁ ନୂଆ ଅବସର ପାଇବେ । ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ । ଜୀବନସାଥୀଙ୍କ ସହଯୋଗରେ ପରିବାର ବିବାଦ ସମାଧାନ କରିନେବେ ।‌

Advertisement

ବୃଷ: ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ । ବାହାନ କିଣିବା ଲାଗି ଆଗ୍ରହ ବଢ଼ିବ । ବିବାହିତ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ ।

ମିଥୁନ: ଆପଣଙ୍କ ଚିନ୍ତା ସକାରାତ୍ମକ ରଖନ୍ତୁ । ଅଫିସରେ ଲାଗି ରହିଥିବା ଅବ୍ୟବସ୍ଥାର ସମାଧାନ ହୋଇଯିବ । ବ୍ୟବସାୟୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ । ପ୍ରେମରେ ସଫଳତା ପାଇବେ ।

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । କଳାକାରଙ୍କ ପାଇଁ ଦିନଟି ଅନୁକୂଳ । ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ ।

ସିଂହ: ଆପଣ ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ୱାରା ଜୀବନରେ ପରିବର୍ତ୍ତନ ଆସିବ । ବ୍ୟବସାୟରେ ନୂଆ ଚୁକ୍ତି କରିପାରନ୍ତି । ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିବ ।


କନ୍ୟ‌ା: ଇଚ୍ଛାଶକ୍ତି କିଛିମାତ୍ରାରେ ଆପଣଙ୍କୁ ଅସ୍ଥିର କରିପାରେ । ତରବରିଆରେ ଭାବେ ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।

ତୁଳା: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବେ । ଲାଗି ରହିଥିବା ଝଞ୍ଜଟର ସମାଧାନ ହୋଇଯିବ । ମହିଳାଙ୍କୁ ଭଲ ଚାକିରିର ସୁଯୋଗ ମିଳିବ ।

ବିଛା: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ଅଫିସ ଆଲୋଚନାରେ ଆପଣ ମତ ରଖିବାରେ ସଫଳ ହେବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ ।

ଧନୁ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଫିଲ୍ମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ନୂଆ ଶିକ୍ଷାଲାଭ କରିବେ । ପରିବାରର ଗୁରୁତ୍ୱପୂର୍ଣ୍ଣ କାମ ସଂପୂର୍ଣ୍ଣ ହୋଇଯିବ ।

ମକର: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ଅନୁଭବ ହେବ । ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ । ମହିଳାଙ୍କୁ ଜିନିଷ କିଣାକିଣିରୁ ଲାଭ ହେବ ।

କୁମ୍ଭ: ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁ ନାହିଁ । ନିଜ କଥାଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ ।

ମୀନ: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ । କ୍ୟାରିୟର ସହ ସଂଲଗ୍ନ ନୂଆ ସୁଯୋଗ ମିଳିପାରେ । ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରି ଅସଫଳ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!