ଦେଶର ସମସ୍ତ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ଯୋଗାେଇବ ମୋଦି ସରକାର, ଜାଣନ୍ତୁ କେମିତି ପାେଇବ ଏହି ସୁବିଧାର ଲାଭ

ଦେଶର ମହିଳା ମାନଙ୍କୁ ସରକାର ମାଗଣାରେ ସିଲେଇ ମେସିନ ଯୋଗେଇ ଦେଉଛନ୍ତି । କେନ୍ଦ୍ର ସରକାର ଦେଶର ମହିଳା ମାନଙ୍କୁ ଅଧିକ ସୁଦୃଢ ତଥା ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଅନେକ ସ୍କିମ ମାନ ପୂର୍ବରୁ ଲଞ୍ଚ କରିଛନ୍ତି । ମହିଳା ମାନଙ୍କୁ ଆତ୍ମନିର୍ଭର ବନେଇବା ପାଇଁ ନିକଟରେ ପ୍ରଧାନମନ୍ତ୍ରୀ “ଫ୍ରି ସିଲେଇ ମେସିନ ଯୋଜନା” ଆରମ୍ଭ କରିଛନ୍ତି । ଏହି ସ୍କିମରେ ଦେଶର ମହିଳା ମାନଙ୍କୁ ସରକାରଙ୍କ ତରଫରୁ ମାଗଣାରେ ସିଲେଇ ମେସିନ ଯୋଗାଇ ଦିଆଯାଉଛି । ମାତ୍ର ଗୋଟିଏ ଆବେଦନ କରି ଆପଣ ଏହି ଯୋଜନାର ଲାଭ ନେଇପାରିବେ । ଦେଶର ପ୍ରତିଟି ରାଜ୍ୟର ୫୦ ହଜାର ମହିଳାଙ୍କୁ ଏହି ସୁବିଧା ଜାରି କରାଯିବ । ପିଏମ ଫ୍ରି ସିଲେଇ ମେସିନ ଯୋଜନା- 2022 ଅନୁଯାୟୀ ବିନା କୌଣସି ଅର୍ଥରେ ମହିଳାଙ୍କୁ ମାଗଣା ସିଲେଇ ମେସିନ ପ୍ରଦାନ କରାଯାଉଛି । ଏନେଇ ଆବେଦନ କରିବାକୁ ଥିବା ମହିଳାଙ୍କ ବୟସ ୨୦ ରୁ ୪୦ ବର୍ଷ ଭିତରେ ଥିବା ଆବଶ୍ୟକ । ଆବେଦନ କରିବା ପରେ ମହିଳା ମାନଙ୍କୁ ମାଗଣା ସିଲେଇ ମେସିନ ଯୋଗାଇ ଦିଆଯିବ । ବର୍ତ୍ତମାନ ସମୟରେ ଦେଶର ମାତ୍ର କେତୋଟି ରାଜ୍ୟ ଯେମିତିକି ହରିୟାଣା, ଗୁଜୁରାଟ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପରି ରାଜ୍ୟ ମାନଙ୍କରେ ଚାଲୁ ରହିଥିଲା ।ଏହି ରାଜ୍ୟରେ ମହିଳାମାନେ ଏହି ସ୍କିମର ଲାଭ ନେଇପାରିବେ ।

Advertisement

କେଉଁମାନେ କରିପାରିବର ଆବେଦନ

– ଆବେଦନକାରୀ ଭାରତର ନାଗରିକ ହେବା ଆବଶ୍ୟକ

-ଆର୍ଥିକ ସ୍ତରରେ ଦୁର୍ବଳ ଥିବା ମହିଳା ମାନେ ହିଁ ଏହାର ଲାଭ ନେଇପାରିବେ ।

– ସ୍ୱାମୀଙ୍କ ଆୟ ୧୨ ହଜାରରୁ ଅଧିକ ହୋଇନଥିବା ଦରକାର ।

– ବିଧବା ତଥା ଦିବ୍ୟାଙ୍ଗ ମହିଳା ମାନେ ବି କରିପାରିବର ଆବେଦନ ।

କେମିତି କରିବେ ଆବେଦନ

– ଗାଁ ତଥା ସହର ଉଭୟ ଅଂଚଳର ମହିଳା ମାନେ ଏହାର ଲାଭ ନେଇପାରିବେ ।

– ଏଥିପାଇଁ ଆପଣ ଅନଲାଇନ ଜରିଆରେ ଆବେଦନ କରିପାରିବେ ।

– ଯଦି କେହି ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏହାର ଅଫିସିଆଲ ୱେବ ସାଇଟ www.india.gov.in କୁ ଯାଆନ୍ତୁ ।

– ଏବେ ଆପଣଙ୍କୁ ହୋମ ପେଜରେ ସିଲାଇ ମେସିନ ମାଗଣାରେ ସପ୍ଲାଏ କରିବା ନେଇ ଆବେଦନ କରିବା ପାଇଁ ଲିଙ୍କ ମିଳିଯିବ । ଲିଙ୍କ ଉପରେ କ୍ଲିକ କରିବା ପରେ ପିଡିଏଫ ର ପ୍ରିଣ୍ଟ କାଢି ଦିଅନ୍ତୁ । ଆଉ ଏହା ପରେ ଫର୍ମ ଭରି ଦିଅନ୍ତୁ । ଏବେ ଜରୁରୀ କାଗଜ ପତ୍ର ଗୁଡିକୁ ଆଟାଚ କରିଦିଅନ୍ତୁ । ଏବେ ଏହି ଫର୍ମ ଗୁଡିକୁ ଅଫିସରେ ଜମା କରନ୍ତୁ । କାଗଜ ପତ୍ର ଗୁଡିକୁ ଯାଞ୍ଚ କରାଯିବ । ଯଦି କାଗଜ ପତ୍ର ତ୍ରୁଟି ଶୁନ୍ୟ ରହିଲା ତେବେ ଆପଣଙ୍କୁ ଯୋଜନାର ସୁବିଧା ମିଳିପାରିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!