ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ, ସୁରକ୍ଷା ବଳୟରେ ବାରବାଟୀ

କଟକ -: ଆସନ୍ତକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ । ଏଥିପାଇଁ ସିଏମସି ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌ ।କଟକ ବାରବାଟୀ ପ୍ୟାଲେସରେ ଏହାକୁ ଉଦଘାଟନ କରାଯାଇଛି । ମ୍ୟାଚରେ ଯେକୌଣସି ସମସ୍ୟା ଦୂର ପାଇଁ ଏହି କଣ୍ଟ୍ରୋଲ ରୁମ୍‌ କାମ କରିବ । ପାନୀୟ ଜଳ, ସ୍ୱଚ୍ଛତା, ବିଜୁଳି ଟ୍ରାଫିକ ସମସ୍ୟା ଭଳି ଅସୁବିଧା ଦୂର କରିବ ଏହି କଣ୍ଟ୍ରୋଲ ରୁମ୍‌ ।ସୁରକ୍ଷା ବଳୟରେ ବାରବାଟୀ । ନୋ ମାସ୍କ ନୋ ଏଣ୍ଟ୍ରି ।

Advertisement

ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ଅନୁମତି ନାହିଁ । ଦର୍ଶକଙ୍କ ଉପରେ କଡ଼ା ନଜର ରଖିବ ପୋଲିସ । ୪ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ଲାଗି ଖୋଲିବ ଗେଟ୍‌ । ଦିନ ୩ଟାରେ ଖୋଲିବ ଗେଟ୍‌ । ପାଣି ବୋତଲ ଓ ଖାଦ୍ୟ ପୁଡ଼ିଆ ମନା । କଟକରେ ୬୨ ପ୍ଲାଟୁନ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଷ୍ଟାଡିୟମ ଉପରେ K-9 ସ୍କ୍ଵାଡ ମଧ୍ୟ ସତର୍କ ଦୃଷ୍ଟି ରଖିବେ । କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀକୁ ଖୋଜି ବାହାର କରିବା ପାଇଁ ସେମାନେ ସ୍ୱତନ୍ତ୍ର ତାଲିମ ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!