ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି

watch now subscribe our youtube chhanel

ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍‌ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍‌ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ…’। ଏଥିପାଇଁ ଏବେଠାରୁ ଉତ୍ସବମୁଖର ରାଜଧାନୀ। ଗତ ତିନି ଦିନର ରାଜଧାନୀର ମେଘୁଆ ପାଗ, ଏବେଠାରୁ ରଜ ରଜ ଅନୁଭବ କରାଉଛି। ମାର୍କେଟ୍‌ ବିଲ୍ଡିଂଠାରୁ ଜନପଥ ଯାଏ, ସବୁଠି ଅସମ୍ଭାଳ ଭିଡ଼। କିଏ ନିଜ ମନ ପସନ୍ଦର ପୋଷାକ କିଣି ନେଉଛି ତ’ କିଏ ନିଜ ପୋଷାକ ସହ ମ୍ୟାଚ୍‌ କରୁଥିବା କାନ ଫୁଲ, ଚୁଡ଼ି ଓ ଅଳଙ୍କାର ବାଛି ନେଉଛି। ବିଭନ୍ନ ମଲ୍‌, ମାର୍କେଟ୍‌ ବିଲ୍ଡିଂ, ବିଉଟି ପାର୍ଲରରେ ମେହେନ୍ଦି ଆର୍ଟିଷ୍ଟ୍‌ମାନେ ବୁକିଂ ଆରମ୍ଭ କରି ଦେଲେଣି। ଆଜିଠାରୁ ବିଭିନ୍ନ ପାର୍ଲରରେ ଗହଳି ଆରମ୍ଭ ହୋଇଗଲାଣି। ବିଭିନ୍ନ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଲାଣି। ବାସ୍‌, ଆଉ ଦୁଇ ଦିନର ଅପେକ୍ଷା। ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ରଜ ଫିକା ପଡ଼ିଥିବା‌ ବେଳେ ଚଳିତ ଥର ଏହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ରାଜଧାନୀ ପୂରା ପ୍ରସ୍ତୁତ ହୋଇସାରିଛି।

OTV en Twitter: "#InPics Huge gathering in Market Building complex in  Bhubaneswar today Later in the day, Bhubaneswar Municipal Corporation  authorities shut the place down following violation of #COVID19 guidelines  (Pic Credit:

ରଜରେ ୩ ଦିନ ଧରି ଛୁଟି ପଡ଼ୁଥିବାରୁ ବୁଲାବୁଲି ଆସର ଜମିବ। ପ୍ରତିବର୍ଷ ରଜରେ ନନ୍ଦନକାନନ, ଧଉଳି, ଖଣ୍ଡଗିରି, ଉଦୟଗିରି, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ରାଜ୍ୟ ସଂଗ୍ରହାଳୟ ପ୍ରମୁଖ ମୁଖ୍ୟ ଆକର୍ଷଣର ସ୍ଥାନ ପାଲଟେ। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ବୁଲାବୁଲି କରନ୍ତି। ଏଥିସହ ଜୟଦେବ ବାଟିକା, ନନ୍ଦନକାନନ, ଶିଖରଚଣ୍ଡୀ, ଧଉଳି ପାଦଦେଶ, ଡେରାସ ଓ ଝୁମୁକା ଆଦି ସ୍ଥାନରେ ଭୋଜିଭାତର ଆସର ଜମେ। ଗତ ଦୁଇ ବର୍ଷ ହେବ କରୋନା ଯୋଗୁଁ ଏସବୁ ବନ୍ଦ ଥିବା ବେଳେ ଚଳିତ ଥର ବୁଲାବୁଲି ପାଇଁ ଅନୁକୂଳ ପରିବେଶ ଥିବାରୁ ରାଜଧାନୀବାସୀ ବେଶ୍ ଖୁସି ଅଛନ୍ତି।

ଆମ୍ବ ଓ ସପୁରୀ ପୋଡ଼

PODO PITHA ( blackgram and rice Podo pitha)- Rajo special - YouTube

ଏଥର ରାଜଧାନୀରେ ରଜ ଅବସରରେ ମିଳିବ ଆମ୍ବ ଓ ସୁପରୀ ପୋଡ଼। ଏକାମ୍ର ହାଟସ୍ଥିତ ‘ପେଟ ପୂଜା ହୋଟେଲ’ ଏଥର ଏହି ସ୍ବତନ୍ତ୍ର ପୋଡ଼ପିଠା ପ୍ରସ୍ତୁତ କରିବ। କାଜୁ, ଗୋଲମରିଚ ପଡ଼ିଥିବା ଆଣକୁ ଝାଉଁ କାଠରେ ପୋଡ଼ି ‘ଆମ୍ବ ପୋଡ଼ ପିଠା’ ଓ ‘ସପୁରୀ ପୋଡ଼ ପିଠା’ ପ୍ରସ୍ତୁତ କରାଯାଉଛି। ଏବେ ସପୁରୀ ଓ ଆମ୍ବ ପର୍ଯ୍ୟାପ୍ତ ପରିମାଣର ମିଳୁଛି। ଏଣୁ ଏହି ଦୁଇ ଫଳକୁ ନେଇ ପୋଡ଼ ପିଠାରେ ଏକ ନୂଆ ନିରୀକ୍ଷଣ କରିବେ ପେଟ ପୂଜା ହୋଟେଲ ମାଲିକ ପ୍ରକାଶ ବେହେରା। ଏଥିସହ ଗତ ବର୍ଷ ଭଳି ମଧ୍ୟ ଏଥର ଝାଉଁ କାଠ ପୋଡ଼ା ପୋଡ଼ପିଠା ସହ ଛେନା ମାଲପୁଆ, କରଞ୍ଜି, ଚନ୍ଦ୍ରକଳା, ମଣ୍ଡା, କାକରା ଓ ଛେନା ଝିଲ୍ଲୀ ଆଦି ଏଠାରେ ଉପଲବ୍ଧ ହେବ। ଗ୍ରାହକଙ୍କୁ ସୁହାଇଲା ଭଳି ଦାମ୍‌ରେ ସମସ୍ତ ପିଠା ଉପଲବ୍ଧ ହେବ। ଖାଲି ସେତିକି ନୁହେଁ ‘ପିଠା ଘର’ ପକ୍ଷରୁ ଏଥର ଗ୍ରାହକଙ୍କୁ ଅନ୍‌ଲାଇନ୍‌ରେ ପିଠା ଯୋଗାଣ ହେବ। ଅନ୍ୟପଟେ ରାଜଧାନୀର ତାରକା ହୋଟେଲଗୁଡ଼ିକରେ ମଧ୍ୟ ଓଡ଼ିଆ ପାରମ୍ପରିକ ଖାଦ୍ୟର ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି।

ରଜ ମ୍ୟାଜିକ୍‌ ପାନ, ପାନ ଖାଇ ପାଟି ଲାଲ୍‌ ହେବ ନାହିଁ

Raju Paan Shop | Home delivery | Order online | NR.GANDHI MAIDAN Lower  Parel Worli Mumbai

ରଜ ଆସିବ, ଆଉ ପାନ ଖାଇ ପାଟି ଲାଲ୍‌ ହେବ ନାହିଁ; ଏ‌ମିତି କ’ଣ ସମ୍ଭବ? ଓଡ଼ିଆମାନେ ଯେତେ ଆଧୁନିକ ହୁଅନ୍ତୁ ନା କାହିଁକି, ରଜ ଯେମିତି ପୋଡ଼ପିଠା ବିନା ଅଧୁରା, ଠିକ୍‌ ସେହିଭଳି ପାନ ବିନ‌ା ରଜ ପାଳନ ମଧ୍ୟ ଅଧୁରା। ଏଣୁ ରଜରେ ପାନ ବେପାର, ବିଶେଷ କରି ମିଠା ପାନର ଚାହିଦା ବଢ଼ିଯାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ରଜରେ ବିଭିନ୍ନ ରକମର ପାନ ପ୍ରସ୍ତୁତ କରନ୍ତି। ବନ୍ଧୁପରିଜନଙ୍କୁ ଉପହାର ଦେବାକୁ ପାନର ଗିଫ୍ଟ ପ୍ୟାକିଂ ମଧ୍ୟ ଆସିଲାଣି। ସେତିକି ନୁହେଁ, ରଜ‌ ପାଇଁ ଅନ୍‌ଲାଇନ୍‌ ବଜାରରେ ମଧ୍ୟ ପାନ ଉପଲବ୍ଧ ହେଲାଣି। ଚଳିତ ବର୍ଷ ମାର୍କେଟକୁ ଆସିଛି ମ୍ୟାଜିକ୍‌ ପାନ। ଏହା ପାଟିରେ ଏକ ଛୋଟ ଦୀପାବଳିର ଅନୁଭୂତି ଦେବ। ସହିଦନଗରସ୍ଥିତ ବନାରସୀ ପାନ ଭଣ୍ଡାରର ସତ୍ତ୍ବାଧିକାରୀ ରମାକାନ୍ତ ସେନାପତି କହିଛନ୍ତି, ପାନରେ ଚୂନ ଲଗାଇ, ଏଥିରେ ଖଟା, ମୁଖବାସ, ଚମନ୍‌ବାହାର୍‌, ତରୁଣବାହାର୍‌, ପାନ ରସ୍ନା, ପାନମଧୁରୀ, ସଲ୍‌ଟେଡ୍‌ ଧନିଆ, ଗୁଲ୍‌କୁନ୍ଦ, ମିକ୍ସଚର୍‌, ରିମ୍‌ଝିମ୍‌, ପାନ ସୁପାରି, ସୁଣ୍ଠି, ଜାଇଫଳ, ପିପର୍‌ମିଣ୍ଟ୍‌, ମୁଲେଠି, ଚେରି, ତୁଟିଫୁଟି ଓ ମ୍ୟାଜିକ୍‌ ପପ୍‌ ଆଦି ଦେଇ ତିନିକୋଣିଆ ଆକାରର ପ୍ରସ୍ତୁତ କରାଯାଇ, ତା’ ଉପରେ ଚେରି ଦେଇ ଏକ କାଠିରେ ସେଟ୍ କରିଦିଆଯାଏ। ପାଟି ଭିତରେ ମ୍ୟାଜିକ୍‌ ପପ୍‌ ଟକ୍‌ଟକ୍‌ ହୋଇ ଫୁଟିବା ସହ ଦୀପାପଳିର ଅନୁଭୂତି ‌ଦେଇଥାଏ। ଏଥିସହ ରାଜଧାନୀର ପ୍ରତିଟି ଗଳିକନ୍ଦିରେ ଏବେ ଅସ୍ଥାୟୀ ପାନ ଦେକାନୀଙ୍କ ପସରା ମେଲିଲାଣି।

ପାତ୍ରପଡ଼ାରେ ୧୦୦ ଦୋଳି

୨ ବର୍ଷର ବ୍ୟବଧାନ ପରେ ପାତ୍ରପଡ଼ାରେ ପୁଣି ଝୁଲିବ ୧୦୦ ଦୋଳି। ପ୍ରତିବର୍ଷ ପାତ୍ରପଡ଼ା ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଗାଁ ଖେଳପଡ଼ିଆରେ ଦେଢ଼ଶହରୁ ଅଧିକ ଦୋଳି ଲାଗୁଥିଲା। କିନ୍ତୁ କରୋନା ପାଇଁ ଗତ ୨ ବର୍ଷ ହେଲା ଏହା ବନ୍ଦ ଥିଲା। ଆସୋସିଏସନ୍ ପକ୍ଷରୁ ଚଳିତ ଥର ଦ୍ବାଦଶତମ ରଜପର୍ବ ଅନୁଷ୍ଠିତ ହେବ। ସୋମବାରଠାରୁ ଏଠାରେ ରଜ ମଉଜ ଆରମ୍ଭ ହୋଇଯିବ। ଝିଅମାନେ ୫ ଦିନ ଧରି ଏଠାରେ ଦୋଳି ଖେଳିବା ସହ ମୀନାବଜାର ବୁଲିବା, ରାମ‌ଦୋଳି ଖେଳିବାର ସୁଯୋଗ ମିଳିବ। ଖାଦ୍ୟର ବିଶାଳ ପସରା ମଧ୍ୟ ଖୋଲୁଛି। ଏଥିସହ କୁଆଁରୀମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ପୁଚି, ଝୋଟି, ହୁଳହୁଳି, ଶଙ୍ଖ ଫୁଙ୍କା, ମ୍ୟୁଜିକ୍‌ ଚେୟାର ଓ କବାଡ଼ି ଭଳି ପ୍ରତିଯୋଗିତା ଆୟୋଜିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଉତ୍ସବର ଆକର୍ଷଣ ପୋଡ଼ପିଠା ଏବଂ ଏଠିକାର ପ୍ରସିଦ୍ଧ ରଜ ପାନ ମିଳିବ ବୋଲି ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଉପସଭାପତି ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ମେହେନ୍ଦି ଆର୍ଟିଷ୍ଟ୍‌ଙ୍କ ଚାହିଦା ବଢ଼ିଛି

Top 10 Bridal Mehendi Artists In Mumbai

ରଜ‌ରେ ସ୍ବତନ୍ତ୍ର ଭାବେ ଖୋଜାପଡ଼ନ୍ତି ମେହେନ୍ଦି ଆର୍ଟିଷ୍ଟ। ଭଳିକି ଭଳି ମେହେନ୍ଦି ଡିଜାଇନ୍‌ରେ ହାତକୁ ସଜେଇବା ପାଇଁ ଏବେଠାରୁ ବିଭିନ୍ନ ବିୟୁଟି ପାର୍ଲର ଓ ମାର୍କେଟ୍‌ରେ ମେହେନ୍ଦି ଆର୍ଟିଷ୍ଟଙ୍କ ଚାହିଦା ବଢ଼ିଯାଇଛି। ଦରଦାମ୍‌ ବଢ଼ିଥିବା ବେଳେ ଗୋଟେ ହାତର ମେହେନ୍ଦି କହୁଣୀଠାରୁ ହାତ ପାପୁଲି ଓ ଆଙ୍ଗୁଠି ସବୁ କରିବାକୁ ୭୫୦ରୁ ୧୦୦୦ ଟଙ୍କା ପଡ଼ୁଛି। ସେହିଭଳି ଡିଜାଇନ୍‌ ଅନୁଯାୟୀ ୨୦୦ରୁ ଆରମ୍ଭ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ମେହେନ୍ଦି ଡିଜାଇନ୍‌ ପକାଯାଉଛି। ମେହେନ୍ଦି ଆର୍ଟିଷ୍ଟ ସ୍ମିତା ପାରମାଣିକ କହିଛନ୍ତି, ବିବାହ ଋତୁ ପରେ ମେହେନ୍ଦିର ଅଧିକ ଚାହିଦା ସାବିତ୍ରୀ ଓ ରଜ ସମୟରେ ରହିଥାଏ। ଏଣୁ ଏହି ସମୟରେ ପାର୍ଲରରେ ନାହିଁ ନଥିବା ଭିଡ଼ ହୁଏ।

ନିରାଶ ହେବେ ଆମିଷ ରଙ୍କୁଣା

Bird flu reduces demand for chicken, mutton rates increase rapidly |  NewsTrack English 1

ରଜ ଛୁଟି ଓ ନିଆରା ପାଗ ‌ଯୋଗୁଁ ସବୁଠି ଜମେ ଭୋଜି ଭାତ ଆସର। ଏଥିସହ ଘରେ ବନ୍ଧୁପରିଜନଙ୍କ ସହ ଖାଦ୍ୟ ଆସର ଭଲ ଜମେ। କିନ୍ତୁ ଚଳିତ ବର୍ଷ ଆମିଷ ରଙ୍କୁଣାମାନେ ନିରାଶ ହେବେ। ପହିଲି ରଜ ମଙ୍ଗଳବାର ପଡ଼ୁଛି। ସେଦିନ ପ୍ରାୟତଃ ଆମିଷ ଖାଇବା କ୍ବଚିତ୍ ହୋଇଥାଏ। ଦ୍ବିତୀୟ ରଜ ଅର୍ଥାତ୍ ରଜ ସଂକ୍ରାନ୍ତି ପଡ଼ୁଛି ବୁଧବାର। ତେଣୁ ଘରେ ଆମିଷ ପ୍ରବେଶ ମନା। ଗୁରୁବାର ପଡ଼ୁଛି ଶେଷ ରଜ। ତେଣୁ ଏଥର ରଜ ଆମିଷ ପ୍ରେମୀଙ୍କୁ ନିରାଶ କରିବ। ତଥାପି ରଜ ବେପାର ପାଇଁ ଆମିଷ ବେପାରୀମାନେ ପ୍ରସ୍ତୁତ ହୋଇଗଲେଣି।

ଗଳି ଗଳିରେ ପ୍ଲାଷ୍ଟିକ୍‌ ଦୋଳି

ରଜ କହିଲେ, ଦୋଳି ଖେଳ କଥା ଆପେ ଆପେ ମନକୁ ଆସେ। ଚଳିତବର୍ଷ ରଜକୁ ଧୂମ୍‌ଧାମ୍‌ରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେଥିପାଇଁ ସହରର ଗଳକନ୍ଦିରେ ଖୋଲିଗଲାଣି ଦୋଳିର ପସରା। ସହରରେ ବଡ଼ ବଡ଼ ଗଛରେ ଦୋଳି ବାନ୍ଧି ଖେଳିବା ଆଉ ସମ୍ଭବ ହେଉନାହିଁ। ଏଣୁ ରାସ୍ତା କଡ଼ରେ ବିକ୍ରି ହେଉଥିବା ପ୍ଲାଷ୍ଟିକ୍‌ ଦୋଳିର କ୍ରେଜ୍‌ ଗତ କିଛି ବର୍ଷ ହେଲା ଯଥେଷ୍ଟ ବଢ଼ିଛି। ବଡ଼ ଦୋଳିର ମୂଲ୍ୟ ୧୦୦ରୁ ୧୨୦ ଟଙ୍କା ଥିବାବେଳେ ଛୋଟ ଦୋଳିର ମୂଲ୍ୟ ୮୦ରୁ ୧୦୦ ଟଙ୍କା ରହିଛି। ସେହିଭଳି ସାମୁହିକ ଦୋଳି ପଡ଼ିଥିବା ସ୍ଥାନଗୁଡ଼ିକ‌ରେ ମାତ୍ରାଧିକ ଗହିଳକୁ ନେଇ ଲୋକମାନେ ଘରେ ଦୋଳିର ବ୍ୟବସ୍ଥା କରୁଛନ୍ତି। ବିଭିନ୍ନ ପାର୍କରେ ଥିବା ଦୋଳିରେ ମଧ୍ୟ ଛୋଟ ପିଲାମାନେ ମଜା ନେଇପାରିବେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!