ଆଠଗଡ ନରସିଂହପୁରରେ ହାତୀ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌

ଭୁବନେଶ୍ୱର -: ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଠିକ୍ ଭାବରେ ହେବ ତ ! ବାଟବଣା କରାଯିବା ପାଇଁ ଆରମ୍ଭ ହୋଇଛି ସୁପରିକଳ୍ପିତ ଷଡଯନ୍ତ୍ର । ହାତୀ ଦାନ୍ତ ବେପାରୀ କାଠ ମାଫିଆଙ୍କ ତଳୁ ଉପର ପର୍ଯ୍ୟନ୍ତ ଲମ୍ବା ହାତ ପିସି କାରବାର ସହ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସହଯୋଗୀ ମାନେ ଏଥିରେ ସଂପୃକ୍ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ସମସ୍ତ ତଦନ୍ତ ପାଇଁ ସ୍ୱତନ୍ତ୍ର ଇନଭେଷ୍ଟିଗେସନ ଟିମ୍ (ଏସ୍‌ଏଟି) ଗଠନ ହୋଇଛି ।

Advertisement

ତଦନ୍ତକାରୀ ଟିମ୍ ଗଠନ ହୋଇଥିବା ନେଇ ପିସିସିଏଫ୍ ସୂଚନା ଦେଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଟିମ୍‌ରେ ସିସିଏଫ୍‌, ଆରସିସିଏଫ ଓ କଞ୍ଜରଭେଟର ରହିବେ । ସେହିପରି ତଦନ୍ତରେ କ୍ରାଇମବ୍ରାଞ୍ଚର ଡିଏସ୍‌ପି ବା ତର୍ଦୁଦ୍ଧ ରାଙ୍କର ଜଣେ ଅଧିକାରୀ ରହିବେ । ନରସିଂହପୁର ଜଙ୍ଗଲରେ ହାତୀମୃତ୍ୟୁ ଘଟଣା ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅବଗତ ହୋଇଛନ୍ତି । ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ, ନରସିଂହପୁର ଜଙ୍ଗଲରେ ବିଗତ ୪ ମାସ ମଧ୍ୟରେ ମୋଟ ୯ଟି ହାତୀ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏଥିରେ ରହିଛି ୪ଟି ହାତୀ କଙ୍କାଳ । ଏହି ୪ଟି ହାତୀ କଙ୍କାଳ ଭିତରୁ ୨ଟି ଦନ୍ତା ଥିବା ବେଳେ ଅନ୍ୟ ୨ଟି ମାଈ । ସେହିପରି ୫ଟି ମୃତ ହାତୀଙ୍କ ମଧ୍ୟରୁ ୨ଟି ଦନ୍ତା, ୨ଟି ମାଈ ଓ ଗୋଟିଏ ଛୁଆ । ତେବେ ୪ ମାସ ଭିତରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ହେବା ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *