ମହାଆଡମ୍ବର ଓ ଆନନ୍ଦ ଉଲ୍ଲାସ ଭିତରେ ପାଳିତ ହେଉଛି ରଜର ଶେଷଦିନ


ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଓଡିଶାର ଗଣପର୍ବ ଭିତରୁ ରଜ ଏକ ବଡ ଗଣପର୍ବ । ଏହି ଗଣପର୍ବକୁ ସମସ୍ତେ ମିଳିମିଶି ଧୁମଧାମରେ ଆଡମ୍ବର ସହିତ ପାଳନ କରନ୍ତି ।ଏହା ଏକ ଭାଇଚାରା ର ପରବ ।ବିଶେଷ କରି ଏହା ଝିଅ ବୋହୂ ମାନଙ୍କ ପାଇଁ ଏକ ଖୁସିର ପରବ ।ରଜ ୪ ଦିନ ଧରି ପାଳନ କରାଯାଏ ।ପ୍ରଥମ ଦିନ ସଜବାଜ ଓ ତାପର ୩ଦିନ ରଜ ପାଳନ ହୋଇଥାଏ ।

Advertisement

ପ୍ରତେକ ଲୋକ ବନ୍ଧୁ ବାନ୍ଧବ ଘରକୁ ଯିବା ,ଦୋଳି ଖେଳ,ତାସ ଖେଳ,କବାଡି,ଲଡୁ,ଓ ପିଠାପଣା ଖିଆଖିଇ କରି ଧୁମଧାମରେ ପାଳନ କରନ୍ତି ।ଗତ ୨ ବର୍ଷ ହେବ କରୋନା ମହାମାରୀ ପାଇଁ ସବୁ ବନ୍ଦ ହୋଇଯାଇଥିଲା ।ଯେପରି ନିରାଶା ଭାବ ଖେଳିଯାଇଥିଲା ଲୋକଙ୍କ ଭିତରେ କିନ୍ତୁ ଏ ବର୍ଷ କରୋନା ମହାମାରୀ ନଥିବାରୁ ବହୁ ଆନନ୍ଦ ଉଲ୍ଲାସ ରେ ଏହି ରଜ ପରଶକୁ ସମସ୍ତେ ମିଳିମିଶି ଧୁମଧାମରେ ପାଳନ କରୁଛନ୍ତି ।ଆଜି ହେଉଛି ରଜର ଶେଷ ଦିନ ।ସାଲେପୁରର ବିଭିନ୍ନ ସ୍ଥାନରେ ପାଳନ ହେଉଛି ରଜପର୍ବ । ସମସ୍ତ ଅନେଇ ବସିଛନ୍ତି ପୁଣି ଆରବର୍ଷ ଏହି ରଜ ସମୟକୁ ପୁଣି ଏହି ରଜପରବ ଆସିବ ଓ ସମସ୍ତେ ମିଳିମିଶି ପାଳନ କରିବେ ଏହି ଖୁସିର ପରବ ରଜକୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!