ଗୋଟିଏ ଟିକାରେ ମୂଳରୁ ଶେଷ ହେବ ଏଡ୍ସ ରୋଗ, ମେଡିକାଲ ସାଇନ୍ସକୁ ବଡ ସଫଳତା

ଏଡ୍ସ କଥା ଉଠିଲେ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୁଏ । ଥରେ ଏହି ରୋଗରେ ସଂକ୍ରମିତ ହେଲେ ବଞ୍ଚିବା ଅସମ୍ଭବ । ହେଲେ ଏବେ ଆଉ ଭୟ କରିବାର ନାହିଁ । ଏଡ୍ସ ନିରାକରଣ ନେଇ ଆସିଛି ଖୁସି ଖବର । ଚିକିତ୍ସା ହୋଇପାରିବ ଏଡ୍ସ ରୋଗ । ଏଥିପାଇଁ ବୈଜ୍ଞାନିକମାନେ ବାହାର କରିଛନ୍ତି ଟିକା । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ ।ଦୁନିଆରେ ଲାଜ ଲାଗୁଥିବା ରୋଗ ଏଡ୍ସ ରୋଗର ଚିକିତ୍ସା ନେଇ ଆସିଛି ଏକ ବଡ଼ ଖବର । ମାତ୍ର ଗୋଟିଏ ଟିକାରେ ଏଡ୍ସ ହେବ ନିପାତ ।

Advertisement

ଇସ୍ରାଏଲର ବୈଜ୍ଞାନିକମାନେ ପାଇଛନ୍ତି ଏପରି ସଫଳତା । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଜିନ ଏଡିଟିଙ୍ଗ ପାଇଁ ଏକ ଭ୍ୟାକସିନ ବା ଟିକା ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ଏଡ୍ସର ଚିକିତ୍ସା ସମ୍ଭବ ହେବ ।ଏହି ଗବେଷଣା ଇସ୍ରାଏଲ ସ୍ଥିତ ତେଲଅବିବ୍‌ ୟୁନିଭରସିଟିର ଦି ଜର୍ଜ ଏସ୍‌ ବାଇସ ଫେକଲଟି ଅଫ୍‌ ଲାଇଫ ସାଇନ୍ସର ସ୍କୁଲ ଅଫ୍‌ ନ୍ୟୁରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଓ ବାୟୋଫିଜିକ୍ସ କରିଛି । ଏଚ୍‌ଆଇଭି ଅର୍ଥ ହ୍ୟୁମାନୋଡେଫିସିଏନ୍ସି ଭାଇରସ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଉପରେ ଆକ୍ରମଣ କରିଥାଏ । ଯାହାଦ୍ୱାରା ଏଡ୍ସ ହୋଇଯାଇଥାଏ । ଏପର୍ଯ୍ୟନ୍ତ ଏହାର କୌଣସି ସଫଳ ଚିକିତ୍ସା ମିଳି ପାରିନଥିଲା ।

ଶରୀରରେ ହିଁ ତିଆରି ହେବ ‘ବି’ କୋଷଗୁଡିକ :

ବୈଜ୍ଞାନିକମାନେ ଦାବି କରନ୍ତି ଯେ ଏଡ୍ସ ଭାଇରସକୁ ଗୋଟିଏ ମାତ୍ର ଟିକାରେ ନିପାତ କରାଯାଇ ପାରିବ । ‘ବି’ କୋଷଗୁଡିକ ଏପରି କୋଷ ଯାହା ଶ୍ୱେତ ରକ୍ତ କଣିକାରେ ରହିଥାଏ । ଏହି କୋଷଗୁଡିକ ଭାଇରସ ସହ ଲଢ଼ିବାରେ ସହାୟକ ହୋଇଥାନ୍ତି । ଏବେ ବୈଜ୍ଞାନିକମାନେ ଟିକା ସହାୟତାରେ ଏହି ‘ବି’ କୋଷଗୁଡିକୁ ଶରୀର ମଧ୍ୟରେ ତିଆରି କରିବାରେ ସଫଳତା ପାଇଛନ୍ତି । ଯାହାଦ୍ୱାରା ଏହା ଏଡ୍ସ ଭାଇରସ ସହ ଲଢ଼ି ଏହାକୁ ନିପାତ କରିପାରିବେ ।

ବୈଜ୍ଞାନିକଙ୍କ ଦାବି :

ରିସର୍ଚ୍ଚକୁ ନେଇ ପ୍ରକାଶିତ ଗବେଷଣାପତ୍ରରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଜିନ ଏଡିଟିଙ୍ଗ ସହାୟତାରେ ଟାଇପ୍‌ ‘ବି’ ହ୍ଵାଇଟ ବ୍ଲଡ୍‌ ସେଲ୍ସର ବ୍ୟବହାର କରାଯାଇ ଟିକା ପ୍ରସ୍ତୁତ କରାଯାଇଛି। ଏହି ଟିକା ଶରୀରର ପ୍ରତିରୋଧକ କ୍ଷମତାକୁ ସକ୍ରିୟ କରିଥାଏ । ଏହାଦ୍ୱାରା ଶରୀରରେ ଏଣ୍ଟିବଡି ତିଆରି ହୋଇଯାଇଥାଏ । ଏହି ଟିକା ଏଡ୍ସକୁ ନିପାତ କରିବାରେ ସକ୍ଷମ ଅଟେ ।

ଭାଇରସ ଯଦି କାୟା ବଦଳାଇବ ତ ‘ବି’ କୋଷଗୁଡିକ ମଧ୍ୟ ବଦଳିଯିବେ :

ବୈଜ୍ଞାନିକଙ୍କ ଦ୍ୱାରା ତିଆରି କରାଯାଇଥିବା ‘ବି’ କୋଷଗୁଡିକ ଭାଇରସ ସମ୍ପର୍କରେ ଆସିବା ପରେ ଏହାକୁ ଅଲଗା ଅଲଗା କରି ନଷ୍ଟ କରିଥାଏ । ଭାଇରସ ଯଦି ତାର କାୟା ବା ସ୍ୱରୁପ ବଦାଳାଇ ଦିଏ ତ ଏହି ‘ବି’ କୋଷଗୁଡିକ ମଧ୍ୟ ସେହି ଅନୁଯାୟୀ ବଦଳିଯିବେ ।

ଡାକ୍ତର ବାରଜେଲ କହିଛନ୍ତି ଯେ ‘ବି’ ସେଲ ଜେନମ ତିଆରି କରିବାରେ ସଫଳ ହୋଇଛି । ଏହାର ସବୁ ଲ୍ୟାବ ମଡେଲ ଟେଷ୍ଟ କରାଯାଇଛି ଓ ଏହାର ସଫଳତା ଦେଖାଯାଇଛି । ଆମେ ରକ୍ତରେ ଏଣ୍ଟିବଡି ତିଆରି କରିଛୁ ଓ ଏଡ୍ସ ନିପାତ କରିବାକୁ ସକ୍ଷମ ବୋଲି ଘୋଷଣା କରୁଛୁ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!