ଶୋଷିଲା ଅହିରାଜକୁ ପାଣି ପିଆଇ ମାନବିକତା ଦେଖାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଡହ ଡହ ଖରାରେ ଗୋଟେ ଗ୍ଲାସ ଥଣ୍ଡା ପାଣି କୌଣସି ଅମୃତ ଠାରୁ କମ ହୋଇନଥାଏ । ବୁଦ୍ଧିଆ ମଣିଷମାନେ ସିନା ଶୋଷ ଲାଗିଲେ ନିଜେ କିଣି କିମ୍ବା କେଉଁଠୁ ମାଗି ପାଣି ଟିକେ ପିଇ ନିଜ ଶୋଷ ମେଂଟାଇପାରେ । କିନ୍ତୁ କଂକ୍ରିଟ ଜଙ୍ଗଲରେ ଗୋଟେ ନିରୀହ ପ୍ରାଣୀଟିର ଅବସ୍ଥା କଣ ହେବ । ଶୋଷରେ ପାଣି ଟିକିଏ ନପାଇ ହୁଏତ ସେହି ଜୀବଟି ଜୀବନ ହାରି ଦେଇପାରେ । ଅବଶ୍ୟ କିଛି ମାନବିକତା ଯୁକ୍ତ ଲୋକେ ଏମାନଙ୍କ ପାଇଁ ବିଭିନ୍ନ ପାତ୍ରରେ ପାଣି ରଖିଥାନ୍ତି | ହୁଏତ ଏଥିପାଇଁ କିଛି ଜୀବଜନ୍ତୁଙ୍କର ଜୀବନ ବଞ୍ଚି ଯାଉଛି । ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି l

Advertisement

ଭିଡିଓଟିକୁ ଯିଏ ବି ଦେଖୁଛନ୍ତି ବ୍ୟକ୍ତି ଜଣଙ୍କର ପ୍ରଶଂସା ନକରି ରହିପାରୁ ନାହାନ୍ତି । ପ୍ରକୃତରେ ଏକ ଅହିରାଜ ସାପ ଗୋଟେ ବୋତଲ ସାହାଯ୍ୟରେ ଏକ ଶୋଷିଲା ଅହିରାଜ ସାପକୁ ପାଣି ପିଆଇ ତା ଜୀବନ ରକ୍ଷା କରିଦେଇଛନ୍ତି । ବିରାଟ କାୟ ଅହିରାଜକୁ ଦେଖି ନିଜେ ଡରି ଥରୁଥିବା ବେଳେ ମଧ୍ୟ ଭୟ ମନରେ ଗ୍ଲାସରେ ପାଣି ପିଆଇ ଜୀବ ଟିର ଜୀବନ ରକ୍ଷା କରିଦେଇଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଏହାକୁ ଜଣେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି କି “ଦୟାଳୁ ଓ ବିନମ୍ର ବ୍ୟକ୍ତି ଜଣଙ୍କ, କେବେ ନିଶ୍ଚିତ ଏରୂପେ ଆମର ବି ପାଳି ଆସିବ” । ଏମିତି ଏକ କାମ କରି ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏହାକୁ ପୋଷ୍ଟ କରିବା ଭିତରେ ୬୮ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୪ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି । ନିରୀହ ଜୀବଜନ୍ତୁଙ୍କ ପାଇଁ ଏମିତି ଏକ ପଦକ୍ଷେପ ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!