ଝିଅର ଆଜି ଜନ୍ମଦିନ, ଝୁରୁଛି ମାଆ : ଘର ମାଲିକ ୮ ବର୍ଷର ଝିଅକୁ ନେଇ ଫେରାର

Creat A Revolution

ଭୁବନେଶ୍ୱର -:

Advertisement
 ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ, ଆଖଣ୍ଡଳମଣି ବସ୍ତିର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ୮ ବର୍ଷର ଝିଅ ବାବୁଲା ବିଶୋୟୀଙ୍କ ଘରେ ରହୁଥିଲା ।

ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଝିଅକୁ ନ ଛାଡ଼ିବାରୁ ସନ୍ତୋଷ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଡିସିପିଙ୍କ ଅଫିସକୁ ମଧ୍ୟ ଫେରାଦ ହେବାକୁ ଯାଇଥିଲେ । ଚାଇଲଡ ଲାଇନକୁ ମଧ୍ୟ ଜଣାଇଥିଲେ । ହେଲେ ପୋଲିସ ଓ ଚାଇଲଡ୍‌ ଲାଇନ ଟିମ୍‌ ଆଜି ବସ୍ତିରେ ପହଞ୍ଚି ଝିଅକୁ ଖୋଜାଖୋଜି କରିଥିଲେ । ହେଲେ ବାବୁଲା ବିଶୋୟୀ ଘରେ ତାଲା ଝୁଲୁଥିଲା । ଫଳରେ ପୋଲିସ ଖାଲି ହାତରେ ଫେରିଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights