ଏଥର ଆଧାରକାର୍ଡ ପାଇବା ହେଲା ଆପଣଙ୍କ ପାଇଁ ସହଜ, କେମିତି ପାଇପାରିବେ ଆସନ୍ତୁ ଜାଣିବା

Aadhaar Card Download - Guide (How to Download E-Aadhaar Card Online from  UIDAI Website)

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ବି ନିଜର ଆଧାର କାର୍ଡ ଡାଉନଲୋଡ କରିପାରିବେ। ପୂର୍ବରୁ ୟୁଜର୍ସଙ୍କୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଆଧାର ସହ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେମିତି ହେବନି। ଏହା ନିଜେ ଆଧାର ଜାରି କରୁଥିବା ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟୀ ଅଫ୍‌ ଇଣ୍ଡିଆ ଘୋଷଣା କରିଛି। ୟୁଆଇଡିଏଆଇର ଏହି ପଦକ୍ଷେପ ଲୋକଙ୍କୁ ସାହାଯ୍ୟ କରିବାକୁ ଉଠାଯାଇଛି। ଖାସ୍‌ କରି ଏହା ସେହିମାନଙ୍କ ପାଇଁ ଫାଇଦାପୂର୍ଣ୍ଣ ହେବ ଯେଉଁମାନେ ନିଜ ମୋବାଇଲ ନମ୍ବର ରେଜିଷ୍ଟର କରିନାହାଁନ୍ତି କିମ୍ବା ତାଙ୍କ ନମ୍ବରରେ କାର୍ଡ ଡାଉନଲୋଡ ହେବାରେ ସମସ୍ୟା ହେଉଛି। ତାହେଲେ ଆଉ ଡେରି କାହିଁକି, ଆସନ୍ତୁ ଜାଣିବା ବିନା ମୋବାଇଲ ନମ୍ବରରେ ଆପଣ ଆଧାର କାର୍ଡ କେମିତି ଡାଉନଲୋଡ କରିବେ।

Advertisement
  • ସର୍ବପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ଏବଂ ‘ମାଇଁ ଆଧାର’ ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ଆପଣ ‘ଅର୍ଡର ଆଧାର ପିଭିସି କାର୍ଡ’ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ ୧୨ ଅଙ୍କର ଆଧାର ନମ୍ବର ଏଣ୍ଟର କରିବର ପାଇଁ କୁହାଯିବ।
  • ଏଠାରେ ଆପଣ ଆଧାର ନମ୍ବର ବଦଳରେ ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡେଣ୍ଟିଫକେସନ୍‌ ନମ୍ବର (ଭିଆଇଡି) ମଧ୍ୟ ଏଣ୍ଟର କରିପାରିବେ।
  • ଏହି ପ୍ରକ୍ରୀୟା ପରେ ଆପଣଙ୍କୁ ଦେଖାଉଥିବ କାପ୍ଚା କୋଡ ଏଣ୍ଟର କରନ୍ତୁ।
  • ଯଦି ଆପଣ ରେଜିଷ୍ଟର ମୋବାଇଲ ନମ୍ବର ବିନା କାର୍ଡ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତାହେଲେ ‘ମୋ ମୋବାଇଲ ନମ୍ବର ପଞ୍ଜୀକୃତ ନାହିଁ’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣ ନିଜର ଅଲଟରନେଟିଭ ମୋବାଇଲ ନମ୍ବର କିମ୍ବା ରେଜିଷ୍ଟର୍ଡ ହୋଇନଥିବା ମୋବାଇଲ ନମ୍ବର ଏଣ୍ଟର କରନ୍ତୁ।
  • ଏବେ ‘ସେଣ୍ଡ ଓଟିପି’ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣ ଏଣ୍ଟର କରିଥିବା ଅଲଟରନେଟିଭ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।
  • ଏହାପରେ ଟର୍ମସ ଆଣ୍ଡ କଣ୍ଟିସନ୍‌ ଉପରେ କ୍ଲିକ କରନ୍ତୁ ଏବଂ ତାପରେ ସବମିଟ୍‌ କରିଦିଅନ୍ତୁ।
  • ଏବେ ଆପଣଙ୍କୁ ଏକ ନୂଆ ପେଜ ରିଡାଇରେକ୍ଟ କରାଯିବ।
  • ରିପ୍ରିଣ୍ଟିଙ୍ଗ ଭେରିଫିକେସନ ପାଇଁ ଆପଣଙ୍କୁ ଏଠାରେ ପ୍ରିଭ୍ୟୁ ଆଧାର ଲେଟରର ଅପ୍ସନ ମିଳିବ।
  • ଏହାପରେ ଆପଣ ‘ମେକ ପେମେଣ୍ଟ’ର ଅପ୍ସନ ବାଛନ୍ତୁ।
Advertisement

Leave a Reply

Your email address will not be published. Required fields are marked *

error: Content is protected !!