ମହାପ୍ରଭୁଙ୍କୁ ଭୀଷଣ ଜର, ଆଜି ଲାଗିହେବ ଫୁଲୁରୀ ତେଲ

ବ୍ରହ୍ମଗିରି -: ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ଆଜି ରାତିରେ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ।

Advertisement

ଆଜି ହେଉଛି ଆଷାଢ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ବଡ଼ଓଡ଼ିଆ ମଠ ଯୋଗାଇ ଦେବ । ରାଶି ତେଲରେ ବିଭିନ୍ନ ପ୍ରକାର ଚେର , ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ମାନେ ଏହି ଫୁଲୁରୀ ତେଲ ଲାଗି କରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!