ଆଜି ରାଇମୋହନଙ୍କ ବିବାହ ବାର୍ଷିକୀ, ତେବେ କାହିଁକି କଲେ ଆତ୍ମହତ୍ୟା ?

ଭୁବନେଶ୍ୱର -: ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା କାହିଁକି ଆତ୍ମହତ୍ୟା କଲେ ? ଏପ୍ରଶ୍ନ ସମସ୍ତଙ୍କ ମୁହଁରେ । ଆଜି ଥିଲା ତାଙ୍କର ବିବାହ ବାର୍ଷିକୀ । ମ୍ୟାରେଜ୍‌ ଆନିଭର୍ସାରୀର ଦିନେ ପୂର୍ବରୁ ଜୀବନ ହାରିଦେଲେ ରାଇମୋହନ । ବିବାହ ବାର୍ଷିକୀ ପାଳନ କରିବା ପାଇଁ ତାଙ୍କ ସ୍ତ୍ରୀ ଓ ଝିଅ ଗତକାଲି କଟକ ଯାଇଥିଲେ । ସେତେବେଳେ କେହି ଘରେ ନଥିଲେ । ତାଙ୍କ ପୁତୁରା ରାଇମୋହନଙ୍କ ମୃତ୍ୟୁ ଖବର ଦେବା ପରେ କଟକରୁ ଫେରିଥିଲେ ପରିବାର ଲୋକ ।

Advertisement

ରାଇମୋହନଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ଆତ୍ମହତ୍ୟାର ବାଟ ବାଛି ନେଲେ ରାଇମୋହନ ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଫିଲ୍ମ ଓ ଟେଲି ଅଭିନେତା, ଅଭିନେତ୍ରୀଙ୍କ ସମେତ ଯାତ୍ରା କଳାକାର ସମସ୍ତେ ନିର୍ବାକ । ଏମିତି କଣ ହେଲା ଯେ ରାଇମୋହନ ଏଭଳି ଚରମ ନିଷ୍ପତ୍ତି ନେଲେ କେହି କିଛି ବୁଝି ପାରୁ ନାହାନ୍ତି । କିଛି ପାରିବାରିକ ବିବାଦ ଥିଲା କି ? ନା କିଛି ବୃତ୍ତିଗତ ସମସ୍ୟା ଥିଲା ? ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ କି ରାଇମୋହନ ? ମାନସିକ ଅବସାଦଗ୍ରସ୍ତ ଥିଲେ କି ? ଡିପ୍ରେସନରୁ ଏଭଳି ନିଷ୍ପତ୍ତି ନେଲେ କି ବୋଲି ଚର୍ଚ୍ଚା ହେଉଛି । ପୋଲିସ ସବୁ ଦିଗକୁ ନେଇ ଖୋଳତାଡ କରୁଛି ।ଗତକାଲି ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ରାଇମୋହନ ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଝିଅ ମୋବାଇଲ ଫୋନକୁ ଗୁଡ୍‌ ବାଏ ମେସେଜ୍‌ ଦେଇ ଆତ୍ମହତ୍ୟା କରିଥିଲେ ରାଇମୋହନ । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!