ଜୁନ୍ ୨୭ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଉପାୟ ଭାବିବେ।

Advertisement

ବୃଷ: ବଡ଼ ମାମଲ‌ାର ବୁଝାମଣା କରିବା ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ବେପାରରେ ପରିବର୍ତ୍ତନ ଲାଗି ଭାବିବେ। ଚାକିରି ବିଷୟରେ ଆପଣ ଅଧିକ ବ୍ୟାବହାରିକ ରହିବେ।

ମିଥୁନ: ଆପଣଙ୍କର ଧନଲାଭ ହେବ। ଧ୍ୟାନ ଦେଇ ନିଜର କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସବୁ କିଛି ଭଲ ରହିବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ।

କର୍କଟ: ମନୋବଳର ସ୍ତର ଉଚ୍ଚ ରହିବ। ଆପଣଙ୍କ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। ଭାଇଙ୍କ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ସିଂହ: ଆପଣଙ୍କ ସହିତ ସବୁ ଭଲ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କୌଣସି ଉପହାର ଦେବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କର ସମାଜରେ ଖ୍ୟାତି ବଢ଼ିବ।

କନ୍ୟା: ଆପଣଙ୍କ ମନକୁ ବହୁତ ସକାରାତ୍ମକ ଭାବନା ଆସିବ। ଘରେ ଅଧିକ ସମୟ କାଟିବେ। ବେପାରରେ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ତୁଳା: ସନ୍ଧ୍ୟାରେ ବନ୍ଧୁଙ୍କ ସହ ଫୋନରେ କଥା ହେବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ବିଛା: ପରିଜନଠୁଁ ଶୁଭ ଖବର ପାଇବେ। ପିଲାମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ବେପାରର ଗତି ବଢ଼ିବ। କାର୍ଯ୍ୟରେ ପରିଚିତ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

ଧନୁ: ଧନଲାଭର ଅବସର ପାଇବେ। ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ।

ମକର: ହଜିଥିବା ବସ୍ତୁର ସନ୍ଧାନ ମିଳିବ। ଅନ୍ୟମାନଙ୍କ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ପାଖରୁ କୌଣସି ଉପହାର ପାଇବେ। ଆଇନ ମାମଲାରେ ବ୍ୟସ୍ତ ରହିବେ।

କୁମ୍ଭ: କାର୍ଯ୍ୟରେ ସଫଳତା ହାସଲ ହେବ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଭୂସଂପତ୍ତି କିଣିବାର ଯୋଗ ରହିଛି।

ମୀନ: ଆପଣ ନିଜକୁ ସୁସ୍ଥ-ସବଳ ଅନୁଭବ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!