ଜୁନ୍ ୨୮ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ -: ବ୍ୟବସାୟ ବୃଦ୍ଧି ଲାଗି ମସ୍ତିଷ୍କରେ ଯେଉଁ ଉପାୟ ଆସିବ ତାହା ଫଳପ୍ରଦ ସାବ୍ୟସ୍ତ ହେବ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। କରିଆସୁଥିବା କାମରୁ ଲାଭ ହେବ।

Advertisement

ବୃଷ -: ନିଜର ସମସ୍ୟା କାହାରିକୁ ଜଣାନ୍ତୁ ନାହିଁ। ଜମିରେ ନିବେଶ ଲାଗି ଦିନଟି ଭଲ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ମିଥୁନ -: ଆପଣଙ୍କ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ବିବାହିତ ବ୍ୟକ୍ତି ନିଜର ଜୀବନସାଥୀଙ୍କ କଥା ମାନିବେ। ଆପଣ ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିବେ। ବେପାରରେ ଲାଭ ହେବ।

କର୍କଟ -: କରିଆସୁଥିବା କାମର ସକାରାତ୍ମକ ପରିଣାମ ପାଇବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଜରୁରୀ କାମରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ସିଂହ -: ପୁଞ୍ଜି ବଜାରରେ ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ରାଜନୀତିରେ ସଫଳତା ପାଇବେ। ବିବାହିତ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା -: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆପଣଙ୍କୁ ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ନିଜକୁ ବ୍ୟର୍ଥ କାମଠୁଁ ଦୂରରେ ରଖନ୍ତୁ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା -: ନିଜ କାମରେ ଭଉଣୀଙ୍କ ଠାରୁ ଅଧିକ ସହଯୋଗ ପାଇବେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଜୀବନସାଥୀ ଆପଣଙ୍କୁ ଭଲ ଉପହାର ଦେବେ।

ବିଛା -: ଧୈର୍ଯ୍ୟ ଧରି କାମ କଲେ ଲାଭ ହେବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ଯୋଗ ରହିଛି। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ଧନୁ -: ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସିଦ୍ଧ ହେବ। ଆପଣଙ୍କର ଆକର୍ଷକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ନିଜ ଆଡ଼କୁ ଟାଣିବ। ବ୍ୟବସାୟରେ ବିକ୍ରି ବଢ଼ିବ। ନୂଆ ଘର କିଣିବା ଲାଗି ଦିନଟି ଶୁଭ।

ମକର -: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପୂର୍ବରୁ କରିଥିବା ଯୋଜନା ଲାଗୁ କରନ୍ତୁ, ଲାଭ ହେବ। ନିଜ କାମରେ ସଂପୂର୍ଣ୍ଣରୂପେ ଧ୍ୟାନ ଦିଅନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

କୁମ୍ଭ -: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। କୌଣସି ସଂସ୍ଥା ଦ୍ବାରା ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଚାକିରିଆଙ୍କର କାର୍ଯ୍ୟାଳୟରେ ପ୍ରଭାବ ବଢ଼ିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ମୀନ -: ଜୀବନସାଥୀ ଏଭଳି କିଛି କାମ କରିବେ ଯାହାକୁ ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ନୂଆ କାମ ଆରମ୍ଭ କରନ୍ତୁ, ଲାଭ ହେବ। ଅଧ୍ୟାପନା ଲାଗି ନୂଆ ସୁଯୋଗ ଆସିବ।

Advertisement

Leave a Reply

Your email address will not be published. Required fields are marked *