ଠକେଇ କରି ଗିରଫ ହେଲେ ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ

ଭୁବନେଶ୍ୱର -:  ଏକ ଘରୋଇ ନୁ୍ୟଜ ଚ୍ୟାନେଲ ବଡଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ୍ୟ ଗିରଫ କରିଛନ୍ତି । ଶ୍ରୀ ଦାସଙ୍କ ଗିରଫଦାରୀ ନେଇ ଇଓଡବ୍ଲୁ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।  ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ୍ୟ ଗତକାଲି ରାତିରୁ ଉଠାଇ ଆଣି ଜେରା କରୁଥିଲା । ଇଓଡବ୍ଲୁ୍ୟରେ ଶ୍ରୀ ଦାସଙ୍କ ନାମରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଏକ କୋଟି ଠକେଇ ମାମଲା ରହିଛି ।  ।

Advertisement

ବଡ଼ ଖବର ଅଫିସରେ  EOWରର ୬ ଜଣିଆ ଟିମ୍ ବଡ଼ ଖବର ଅଫିସରେ ଯାଞ୍ଚ କରୁଥିଲେ । EOWର ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ  ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି । ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍‌ ବ୍ରୋଡ୍‌କାଷ୍ଟ ସଂସ୍ଥା  EOWରରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା  EOWର । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର  EOW ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ୍ ମାରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।

COMMENTS

Advertisement

Leave a Reply

Your email address will not be published. Required fields are marked *

error: Content is protected !!