ଜୁଲାଇ ୧ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆ ଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦

Advertisement
Email Id – [email protected]

ଆଜି ଜୁଲାଇ ୧ ତାରିଖ, ଶୁକ୍ରବାର, ମିଥୁନ ୧୭ ଦିନ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦି. ଘ.୧.୧୨ମି, ପୁଷ୍ୟା ନକ୍ଷତ୍ର, ନି.ଘ.୪.୩୨, କର୍କଟ ଚନ୍ଦ୍ର ଅହୋରାତ୍ର l ପର୍ବପର୍ବାଣି – ପୁରୀ ଶ୍ରୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା,

Subscribe Now BNS Bhakti

ମେଷ- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଦେହ ଓ ମନ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । ନୂତନ ଯାନବାହାନ କ୍ରୟ ଯୋଗ ଅଛି । ଦିନଟି ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରୁନ୍ତୁ ।


ବୃଷ- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । କୌଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଶ୍ରୀହରି ବିଷ୍ଣୁଙ୍କ ପାଖରେ ପଦ୍ମଫୁଲ ଅର୍ପଣ କରନ୍ତୁ ।


ମିଥୁନ- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ । ପାରିବାରିକ ଜୀବନରେ ମନୋମାଳିନ୍ୟ ରହିବ । ସଂଚିତ ଅର୍ଥ ବ୍ୟୟଯୋଗ ରହିଛି । କର୍ମ କ୍ଷେତ୍ରରେ ଚିନ୍ତିତ ରହିବେ । ବବହାସୟରେ ସହଯୋଗୀମାନେ ଅସହଯୋଗ କରିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୋଢ଼ପିଠା ଅର୍ପଣ କରନ୍ତୁ ।


କର୍କଟ-ଆଜି ଯେକୌଣସି ସୂତ୍ରରୁ ଧନପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟାଦି କ୍ରୟ ଯୋଗ ରହିଛି । ପାରିବାରିକ ଜୀବନରେ ବ୍ୟସ୍ତତା ଲାଗିରହିବ । ବ୍ୟବସାୟରେ ଲାଭବାନ ହେବେ । ଗୁପ୍ତଶତ୍ରୁ ଉପରେ ବିଜୟୀ ହେବେ । ଦିନଟି ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପଟିଏ ସମର୍ପଣ କରନ୍ତୁ ।


ସିଂହ- ଆଜି ଆପଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ । ଯାନିଯାତ୍ରାରେ ନିଜକୁ ସାମିଲ କରି ଖୁସି ଅନୁଭବ କରିବେ । ବ୍ୟବସାୟରେ ଧନାଗମ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । ବ୍ୟବସାୟରେ ଆଶାନୁରୂପ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ।


କନ୍ୟା- ଆଜି ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ବିଶେଷ ଯାତ୍ରାକୁ ବାତିଲ କରନ୍ତୁ । ଅନେକ ଗୁପ୍ତ ଶତ୍ରୁ ମାନସିକ ଆଘାତ ଦେଇ ପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପଦ୍ମଫୁଲଟିଏ ଅର୍ପଣ କରନ୍ତୁ ।


ତୁଳା- ଆଜି ପରିବାରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ହେବେ । ଭୂମି ସମ୍ବନ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ ଅଯଥାରେ ଦୋଷୀ ହେବେ । ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ରହିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦୀପଟିଏ ଅର୍ପଣ କରନ୍ତୁ ।


ବିଚ୍ଛା-ଆଜି ପରିଶ୍ରମ ତୁଳନାରେ ଆୟ କମ୍ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟହେବାର ସମ୍ଭାବନା ରହିଛି । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନଡିଆଟିଏ ଅର୍ପଣ କରନ୍ତୁ ।

ଧନୁ- ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ଯୋଗ ରହୁଛି । ବ୍ୟବସାୟରେ ଲାଭବାନ ରହିବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଯାନିଯାତ୍ରାରେ ନିଜକୁ ସାମିଲ କରିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷପ୍ରାପ୍ତି ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଲକ୍ଷ୍ମୀନାରାୟଣଙ୍କୁ ଧ୍ୟାନ କରନ୍ତୁ ।


ମକର-ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକମାନଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ । ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥ ଅଷ୍ଟକ ପାଠ କରନ୍ତୁ ।


କୁମ୍ଭ- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ରହିଛି । ପାରିବାରିକ ଜୀବନ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ଆଶାନୁରୂପ ଫଳ ମିଳିବ ନାହିଁ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥଙ୍କୁ ଦୀପଟିଏ ପ୍ରଦାନ କରନ୍ତୁ ।


ମୀନ-ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବହୁ ଦିଗରୁ ସୁଯୋଗ ଆସିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଗଲେ ମଧ୍ୟ ସୁଖୀ ରହିବେ । ପ୍ରିୟ ବନ୍ଧୁଙ୍କ ସହଯୋଗରେ ଦୂରଯାତ୍ରା ଯୋଗରହିଛ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଶ୍ରୀ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!