ମାହାଙ୍ଗାରେ ନବ ବଧୂକୁ ଯୌତୁକ ପାଇଁ ମାରିଦେଲେ ଶାଶୁ ଘର …

ମାହାଙ୍ଗା -: କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଗ୍ରାମର ଶ୍ୟାସୁନ୍ଦର ବାରିକଙ୍କ ସାନ ଝିଅ ସରୋଜିନୀ ବାରିକଙ୍କୁ ତାର ଶାଶୁଘର ଲୋକେ ହତ୍ୟା କରି ଥିବା ନେଇ ମାହାଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ ଯାଜପୁର ସବୁଅ ଗ୍ରାମର ଗତିକୃଷ୍ଣ ବାରିକ ପ୍ରେମ ବିବାହ କରିଥିଲେ। ବିବାହ ପରେ ବାପଘରୁ ଯୌତୁକ ଆଣିବା ପାଇଁ ନିର୍ଯ୍ୟାତନା ଦେଇଥିଲେ। ସ୍ଵାମୀ ତାକୁ ହତ୍ୟା କରି ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଆତ୍ମହତ୍ୟା ରୂପ ଦେଉଥିବା ନେଇ ଅଭିଯୋଗ ହୋଇଛି।

Advertisement

ସରୋଜିନୀ ପାରିବାରିକ କଲହ ହେତୁ ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ନେଇ ଶାଶୁଘର ଲୋକ କହିଛନ୍ତି। ଶାଶୁ ଘର ଲୋକେ ସରୋଜିନୀକୁ ଉଦ୍ଧାର କରି ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଶାଶୁ ଘର ଲୋକେ ସରୋଜିନୀ ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ମୃତ ସରୋଜିନୀର ବାପା ବରି ଥାନାରେ ଏତଲା ଦେଇଛନ୍ତି । ଏତଲା ଲେଖିଛନ୍ତି ଯେ, ଝିଅ ବିବାହ ପରେ ତାର ଶାଶୁ ଘର ଲୋକେ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ମାଗୁଥିଲେ । ମୁଁ ଦେଇ ନପାରିବାରୁ ସେମାନେ ମୋ ଝିଅକୁ ହତ୍ୟା କରିଛନ୍ତି। ମାହାଙ୍ଗା ପୋଲିସ ଶବ ଜବତ କରି ବରି ଥାନାକୁ ଜଣାଇଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!