ପ୍ରଚୁର ବର୍ଷା, ଖାଦ୍ୟ ଓ ମାଛ ପାଇଁ କୁମ୍ଭୀରକୁ ବାହା ହେଲେ ଏହି ବ୍ୟକ୍ତି

Creat A Revolution

ସାନ୍‌ ପେଡ୍ରୋ ହୁଆମେଲୁଲା: ପାରମ୍ପରିକ ଗୀତବାଦ୍ୟ ଓ ନୃତ୍ୟ ପରିବେଶଣ କରାଯାଇ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମେକ୍ସିକୋର ଛୋଟ ନଗରୀ ସାନ୍‌ ପେଡ୍ରୋ ହୁଆମେଲୁଲାର ମେୟର୍‌ ଗୋଟାଏ କୁମ୍ଭୀର କନ୍ୟାକୁ ବାହା ହୋଇଥିବା ‘ରଏଟର୍ସ’ ରିପୋର୍ଟ କରିଛି। ଗୁରୁବାର ଦିନ ଆୟୋଜିତ ଉକ୍ତ ବିବାହ ଉତ୍ସବରେ ସାନ୍‌ ପେଡ୍ରୋ ହୁଆମେଲୁଲାର ମେୟର୍‌ ତଥା ବର ଭିକ୍ଟର୍‌ ହ୍ୟୁଗୋ ସୋସା ଥରକୁ ଥର ନଇଁପଡ଼ି ତାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାର ଥୋମଣିରେ ଚୁମ୍ବନ ଦେଇଥିଲେ। ଚୁମ୍ବନ ଦେବା ବେଳେ କାଳେ କୁମ୍ଭୀରଟି କାମୁଡ଼ି ପକାଇବ, ସେଥିପାଇଁ ତା’ର ଥୋମଣିକୁ ବାନ୍ଧି ଦିଆଯାଇଥିଲା।

ମେକ୍ସିକୋ ଅନ୍ତର୍ଗତ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍‌ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର-ବିବାହ ପ୍ରଥା ପ୍ରାକ୍‌-ହିସ୍‌ପାନିକ୍‌ ଯୁଗରୁ ଚଳି ଆସୁଛି। ଧନ-ଧାନ୍ୟ (ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ) କାମନା କରି ସେଠାରେ କୁମ୍ଭୀରକୁ ବାହାହେବାର ବିଧି ଅଛି। ଓଆକ୍ସାକାର ‘ଷ୍ଟିମି ପେସିଫିକ୍‌’ ଉପକୂଳରେ ଥିବା କ୍ଷୁଦ୍ର ମାଛମରା ଗାଁର ମେୟର୍‌ ସୋସା କହିଛନ୍ତି, ଯଥେଷ୍ଟ ବର୍ଷା, ଯଥେଷ୍ଟ ଖାଦ୍ୟ ଓ ଆମ ନଦୀରେ ପ୍ରଚୁର ମାଛ ପାଇଁ ଆମେ ପ୍ରକୃତିକୁ କହିଲୁ।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights