ମତେ ଛାଡନି ମୁଁ ମରିଯିବି, ଚୋର ଧରି ଟ୍ରେନରେ ଝୁଲାଇ ରଖିଲେ ଲୋକେ : ଦେଖନ୍ତୁ ଭିଡିଓ viral video

ଭାଇରାଲ ଭିଡିଓରେ ଲୋକମାନେ କହୁଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନର ଝରକା ନିକଟକୁ ଆସିଥିଲା। ଚୋରି କରିବା ସମୟରେ ହଠାତ, ଟ୍ରେନ୍ ଗତି ବଢ଼ିଥିଲା ଚୋର ଅସହାୟତାକୁ ଦେଖି ଲୋକମାନେ ତାକୁ ଧରି ରଖିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକମାନଙ୍କୁ ଭୁଲ୍ କରିଛି ବୋଲି କହି ଦୟାକରି ତାକୁ ନଛାଡ଼ିବାକୁ କହିଥିଲା। ଏହି ସମୟରେ ଟ୍ରେନ୍ ଟି ଆଗ ଷ୍ଟେସନରେ ଅଟକି ଗଲା। ଯାତ୍ରା ସମୟରେ, ଏହି ଚୋର ଲୋକମାନଙ୍କୁ ନିବେଦନ କରେ ଯେ ମତେ ଛାଡନ୍ତୁ ନାହିଁ ନଚେତ୍ ମୁଁ ମରିଯିବି।ଚୋର ଉପରେ ଦୟା ଦେଖାଇ ଲୋକମାନେ ଟ୍ରେନ୍ ଭିତରୁ ଚୋରକୁ ଭିଡ଼ି କରି ଧରିଥିଲେ।

Advertisement

ଏହି ସମୟରେ ଚୋରଟିର ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା। ଏହି ଘଟଣା ବିହାର ବେଗୁସରାୟର ବୋଲି କୁହାଯାଉଛି। ଏହି ଘଟଣା ବୁଧବାର ରାତି ସାଡେ ୧୦ ଟା ସମୟରେ ଘଟିଥିଲା। ସାମସ୍ତିପୁର-କାଟିହାର ଯାତ୍ରୀବାହୀ ଟ୍ରେନରେ ଏହି ଘଟଣା ଘଟିଥିବାର କୁହାଯାଉଛି। ଯାତ୍ରୀମାନେ ଚୋରକୁ ପ୍ରାୟ ୧୫ କିଲୋମିଟର ଝୁଲାଇ ଖଗଡ଼ିଆ ପର୍ଯ୍ୟନ୍ତ ନେଇଥିଲେ। ଭାଇରାଲ ଭିଡିଓରେ ଲୋକମାନେ ଶୁଣିବାକୁ ପାଇଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନ୍ ଝରକା ନିକଟକୁ ଆସିଥିଲା। ଏହି ସମୟରେ ରେଳ ଷ୍ଟେସନ ଛାଡିଥିଲା। କିନ୍ତୁ ଚୋରଟି ସେଇ ଝରକାରେ ଅଟକି ଯାଇଥିଲା। ଚୋରର ଅସହାୟତାକୁ ଦେଖି ଲୋକମାନେ ତାକୁ କାବୁ କରିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକଙ୍କୁ ଭୁଲ୍ ମାଗି କହିଛି ଯେ ଦୟାକରି ମତେ ଛାଡ଼ନ୍ତୁ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!