ରୁଚିକାର ଆତ୍ମାର ସଦଗତି ଓ ନ୍ୟାୟଦେବା ପ୍ରତିବାଦରେ ଆଠଗଡରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଆଠଗଡ଼ – ବିଜେବି କଲେଜ ଛାତ୍ରୀ ସ୍ଵର୍ଗତ ରୁଚିକା ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ଓ ତାଙ୍କୁ ନ୍ୟାୟ ଦାବିରେ ଆଠଗଡ଼ରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଜେଡି ଯୁବସଂଗଠକ ଅଭୟକୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଅଟାଳି ଜଗନ୍ନାଥ ମନ୍ଦିର ଠାରୁ କ୍ୟାଣ୍ଡେଲ ଜଳାଇ ଚାନ୍ଦବାଲି ଛକ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ।ସ୍ଵର୍ଗତ ରୁଚିକାଙ୍କ ଅମର ଆତ୍ମାର ସଦଗତି ପାଇଁ ସେଠାରେ ଶୋଭାଯାତ୍ରାକରି ମାନେ ପ୍ରାର୍ଥନା କରିଥିଲେ।

Advertisement

ରୁଚିକା ଆଠଗଡ଼ ନିର୍ବାଚନମଣ୍ଡଳୀର ଝିଅ । ନ୍ୟାୟ ଦାବିରେ ତାଙ୍କ ବାପା ମା ବିଜେବି କଲେଜ ସାମ୍ନାରେରେ ଚାରିଦିନ ହେଲା ଧାରଣାରେ ବସିଛନ୍ତି। ଅଥଚ ଆଠଗଡ଼ର ବିଧାୟକ ତଥା ରାଜ୍ୟର ପାଓ୍ବାରଫୁଲ୍ କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ଏ ପର୍ଯ୍ୟନ୍ତ କାହିଁକି ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ମୁହଁ ଖୋଲୁ ନାହାଁନ୍ତି ବୋଲି ଅଭୟ ସମାଲୋଚନା କରିଛନ୍ତି। ସୌଜନ୍ୟତା ଦୃଷ୍ଟିରୁ ଆଠଗଡ଼ର ଲୋକପ୍ରତିନିଧି ଭାବରେ ଶ୍ରୀଯୁକ୍ତ ସ୍ବାଇଁ ବିଜେବି କଲେଜ ଠାରେ ଧାରଣା ଦେଇଥିବା ରୁଚିକାର ବାପା ମାଙ୍କୁ ଭେଟି ସାନ୍ତ୍ୱନା ନଜଣାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଅଭୟ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ। ପୋଲିସ ତୁରନ୍ତ ରୁଚିକାଙ୍କୁ ନିର୍ଯ୍ୟାତନା ଦେଇଥିବା ତିନି ଜଣ ବରିଷ୍ଠ ଛାତ୍ରୀଙ୍କୁ ଚିହ୍ନଟ କରି ଗିରଫ କରିବା ଓ ହଷ୍ଟେଲ ଅଧ୍ୟକ୍ଷଙ୍କୁ ବରଖାସ୍ତ କରିବାକୁ ସେ ସରକାରଙ୍କ ନିକଟରେ ଦାବିକରିଥିଲେ। ଶତାଧିକ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!