ତିଗିରିଆରେ ଡବଲ ମର୍ଡର ! ଦୁଇଭାଇଙ୍କୁ ମାରିଦେଇ ଦୁର୍ଘଟଣାର ରୁପଦେବାକୁ ପ୍ରୟାସ

ତିଗିରିଆ-: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଉପରଗଡ ଛକରେ ଦୁଇ ଭାଇଙ୍କ ସନ୍ଦେହ ଜନକ ମୃତ୍ୟୁ ।ପାରିପାର୍ଶ୍ବିକ ପରିସ୍ଥିତି ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଉଥିଲେ ବି ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି।ମୃତକ ଦୁଇଜଣ ହେଲେ ଦୁଇ ଭାଇ ଶରତ ଦେହୁରୀ  ଏବଂ ଲକ୍ଷ୍ମଣ ଦେହୁରୀ।ଆଜି ଅପରାହ୍ନ ପ୍ରାୟ ୫ ଟା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତା ର ପଶ୍ଚିମେଶ୍ବର ମନ୍ଦିର ନିକଟରେ ଥିବା ସମ୍ପର୍କ ହୋଟେଲ ମାଲିକଙ୍କ ସହିତ ଏହି ଦୁଇ ଭାଇଙ୍କର ପୂର୍ବ ଶତ୍ରୁତାକୁ ନେଇ ପାଟିତୁଣ୍ଡ ହୋଇଥିଲା।ଦୁଇଭାଇ ଘରକୁ ଫେରୁଥିବା ସମୟରେ ଭିରୁଡା ଉପରଗଡ ଛକରେ ହୋଟେଲ ମାଲିକ ଏବଂ ତାର ସହଯୋଗୀମାନେ ଦୁଇ ଭାଇଙ୍କୁ ନିସ୍ତୁକ ମାଡ ମାରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।

Advertisement

ଦୁଇଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ରାସ୍ତା ଉପରେ ପକାଇଦେଇ ତାଙ୍କ ଉପରେ ଟ୍ରକ ଚଢାଇ ଦେଇ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାପାଇଁ ଚେଷ୍ଟା କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ହୋଟେଲରେ ଗଣ୍ଡଗୋଳ ସମୟରେ ପୋଲିସକୁ କେହି ଫୋନ କରିଥିଲେ ମଧ୍ୟ ସେହି ନମ୍ବର ଟି ସୁଇଚ ଅଫ ହୋଇଯାଇଥିବା ଜଣାପଡିଛି।ଏଭଳି ସମୟରେ ଉକ୍ତ ଘଟଣାରେ ଉକ୍ତ ଫୋନ ନମ୍ବରକୁ ତଦନ୍ତ ପରିସରଭୁକ୍ତ କରାଗଲେ ସବୁ ସତ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି।ତେବେ ଗତ କିଛି ବର୍ଷ ଧରି ଏହି ସମ୍ପର୍କ ହୋଟେଲଟି ଅସମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ବାବଦରେ ପୋଲିସ ପ୍ରଶାସନ ନୀରବ ରହିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ଯିଏବି ସଂପୃକ୍ତ ଥିବ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ଗୋଟିଏ ଲୁହାରଡ ଏବଂ ବାଉଁଶ ଠେଙ୍ଗା ଜବତ କରିବା ସହିତ  ଦୁଇ ଭାଇଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଆଠଗଡ ଡାକ୍ତରଖାନା କୁ ପଠାଇ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବାରୁ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି

Advertisement

Leave a Reply

Your email address will not be published. Required fields are marked *

error: Content is protected !!