ବିବାହର ୧୦ବର୍ଷ ପରେ ବି ଏହି ସୁପରଷ୍ଟାର ଦମ୍ପତ୍ତିଙ୍କ କୋଳ ଖାଲି, ହୋଇପାରିନାହାନ୍ତି ବାପା ମା’

ହାଇଦ୍ରାବାଦ୍‌ -: କେବଳ ଦକ୍ଷିଣ ଭାରତ ନୁହେଁ, ସାରା ଦେଶର କୋଣଅନୁକୋଣରେ ମିଳିବେ ସୁପର୍‌‌ଷ୍ଟାର୍‌ ରାମ ଚରଣଙ୍କ ପ୍ରଶଂସକ। ଚଳଚ୍ଚିତ୍ର  ପାଇଁ ଯେତିକି ଚର୍ଚ୍ଚିତ ସେ, ନିଜର ବ୍ୟକ୍ତିଗତ ଜୀବନରେ ବି ସେତିକି ଚର୍ଚ୍ଚିତ। ଆପଣ ଜାଣନ୍ତି କି, ବିବାହର ୧୦ ବର୍ଷ ମଧ୍ୟରେ ବି କାହିଁକି ବାପା ବନିନାହାନ୍ତି ସେ? ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପିଲା ସୁଖରୁ ବଞ୍ଚିତ ହୁଅନ୍ତି। ମାତ୍ର ରାମ ଚରଣଙ୍କ କ୍ଷେତ୍ରରେ ସେ ନିଜେ ହିଁ ପିଲା ଚାହାନ୍ତି ନାହିଁ। ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କମିନେନି ଅନେକ ସମୟରେ ସାକ୍ଷାତ୍‌କାରରେ ଏ ବିଷୟରେ ଆଲୋଚନା କରିଛନ୍ତି। ନିଜର ସ୍ବାଧୀନତା ନହରାଇବାକୁ ସେମାନେ ପିଲା ନକରିବାର ନିଷ୍ପତ୍ତି ନେଇଛନ୍ତି।

Advertisement

ରାମ ଚରଣ ଏକ ସାକ୍ଷାତ୍‌କାରେ କହିଛନ୍ତି କି କ୍ୟାରିୟର୍‌କୁ ସେ ଗୁରୁତ୍ବ ଦେବାକୁ ଚାହାନ୍ତି। ଯଦି ସଂସାର ଉପରେ ଗୁରୁତ୍ବ ଦେବେ ତ କ୍ୟାରିୟର୍‌ ପଛରେ ରହିଯିବ। ଏହି କାରଣରୁ ‌ସେମାନେ ଉଭୟ ପତି-ପତ୍ନୀ ମିଶି ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉ କି ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆରସି୧୫ ପାଇଁ ସୁଟିଂ କରୁଛନ୍ତିଶ। ଙ୍କରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ସସପେନ୍ସ ଡ୍ରାମାର କାହାଣୀ କାର୍ତ୍ତିକ ସୁବରାଜୁ ଲେଖିଛନ୍ତି ଏବଂ ଫିଲ୍ମର ସୁଟିଂ ଚାଲିଛି। ଆରସି ୧୫ ପରେ, ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ଆରସି୧୬ ପାଇଁ ସୁଟିଂ ଆରମ୍ଭ କରିବେ | ଏହି ଫିଲ୍ମର ନିର୍ଦ୍ଦେଶନା ‘ଜର୍ସି’ ନିର୍ଦ୍ଦେଶକ ଗୌତମ ତିନପୁରୀ ଦେବେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!