ଆପଣ ଚା ପିଉଥିଲେ ସାବଧାନ୍, ପରିବେଶବିତଙ୍କ କଥା ଶୁଣିଲେ ଅପଣଙ୍କ ପାଦ ତଳୁ ମାଟିଖସିଯିବ

ଭୁବନେଶ୍ୱର -: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ ବା ଦୋକାନରେ ଚା’ ଛଣାଯିବାବେଳେ ଆପଣ ପ୍ଲାଷ୍ଟିକ ଚା’ ଛଣା ଦେଖିଥିବେ | ଏହା ମୁଖ୍ୟତଃ ଶସ୍ତା ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ହିଁ ବ୍ୟବହାର କରନ୍ତି | ନିକଟରେ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଏ ନେଇ ଏକ ସଚେତନାଧର୍ମୀ ପୋଷ୍ଟ କରିଥିଲା | ଏଥିରେ ଲେଖା ହୋଇଥିଲା ଯେ ଆପଣମାନେ ପ୍ଲାଷ୍ଟିକ ଚା’ ଛଣା ପରିବର୍ତ୍ତେ ସ୍ଟେନଲେସଷ୍ଟିଲ୍ ଚା ଛଣା ବ୍ୟବହାର କରନ୍ତୁ | କାରଣ ଏହି ପ୍ଲାଷ୍ଟିକ ଛଣାରୁ ବାହାରିଥିବା ବିଷକୁ ଆପଣଙ୍କ କପେ ଚା’ରେ ହିଁ ଥାଏ | ତେବେ ଚା’ ଛଣାରେ ବିଷ କେଉଁଠୁ ଆସିଲା ବୋଲି ଆପଣ ଭାବୁଥିବେ |

Advertisement

ଏ ବାବଦରେ ବିସ୍ତୃତ ଭାବେ କହିଛନ୍ତି ପରିବେଶବିତ୍ ଡ଼. ଜୟକୃଷ୍ଣ ପାଣିଗ୍ରାହୀ | ପରିବେଶବିତ୍ ଡ଼. ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା ମୁତାବକ ଯେତେବେଳେ ନାନୋ ପ୍ଲାଷ୍ଟିକ ବା ମାଇକ୍ରୋ ପ୍ଲାଷ୍ଟିକର ଜୀବ ଶରୀର ପ୍ରତି କ’ଣ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଗବେଷଣା କରାଯାଇଥିଲା, ଏହାକୁ ପ୍ରଥମେ ମୂଷାମାନଙ୍କ ଶରୀରରେ ପରୀକ୍ଷଣ କରାଯାଇଥିଲା | ଆଉ ଯେତେବେଳେ ମାଇକ୍ରୋ ପ୍ଲାଷ୍ଟିକ ମୂଷାମାନଙ୍କର ଶରୀରକୁ ଯାଇଥିଲା ସେତେବେଳେ ଏହା ମୂଷାମାନଙ୍କ ଶରୀର ଭିତରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ସମସ୍ୟା ସୃଷ୍ଟି କରିଥିଲା | ହରମୋନ ସମସ୍ୟା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ | ତେଣୁ ଚା’ ଛାଣିବା ପାଇଁ ଯେତେବେଳେ ପ୍ଲାଷ୍ଟିକ ଛଣା ବ୍ୟବହାର କରାଯାଏ, ସେତେବେଳେ ତାତିଥିବା ଚା’ ଯୋଗୁଁ ପ୍ଲାଷ୍ଟିକ କଣିକା ଯାହା ଆମ ଆଖିକୁ ଦେଖାଯାଇ ନଥାଏ, ପ୍ଲାଷ୍ଟିକରୁ ଖସି ଚା କପକୁ ଆସିଯାଇଥାଏ | ସେହିପରି ପ୍ଲାଷ୍ଟିକ ନିର୍ମାଣରେ ୪ ହଜାର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ | ଆଉ ଆମେ ଯେତେବେଳେ ଚା’ ପିଉଥାଉ, ଏହା ଆମ ଶରୀର ଭିତରକୁ ଯାଇଥାଏ |

Advertisement

Leave a Reply

Your email address will not be published. Required fields are marked *

error: Content is protected !!