ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Creat A Revolution

ବରଗଡ଼( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁରର ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଆଜି ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟ ଉତ୍ସବରେ ବିଭାଗୀୟ ମୁଖ୍ୟ ଡଃ ସନ୍ଧ୍ୟାରାଣୀ କୁଅଁର, ଅଧ୍ୟାପିକା ମୋନାଲିସା ସ୍ବାଇଁ, ଅଧ୍ୟାପକ ଦିଲିପ କୁମାର ବହିଦାର, ଦୟାନିଧି ବଗର୍ତ୍ତି, ସୁରଥ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ । ଏଇ ଅବସରରେ ବିଭାଗର ନୂତନ ଅଧ୍ୟାପକ ଦୟାନିଧି ବଗର୍ତ୍ତୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ଭାଷଣ ଜଣାଯାଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନେ ନିଜ ଅନୁଭୂତି ପ୍ରଦାନ କରିଥିଲେ । ସୁରଥ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights