ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଠଗଡରେ କଂଗ୍ରେସର ବିକ୍ଷୋଭ

ଆଠଗଡ -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଚିକା ପରିବାରକୁ ନ୍ୟାୟଦେବା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ରେ ଚାଲିଥିବା ରାଗିଂ ବନ୍ଦ କରିବା ଦାବିରେ ଆଠଗଡ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ବେହେରା ସ୍ମାରକ ପତ୍ର ଗ୍ରହଣ କରିଥିଲେ।ରୁଚିକାଙ୍କ ପୈତୃକ ଘର ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡିରୁ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଏକ ବାଇକ୍ ଶୋଭାଯାତ୍ରାରେ ଆସି ଆଠଗଡ ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

Advertisement

ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ଆସିଥିବା କଂଗ୍ରେସ ସମର୍ଥକ ମାନେ ସେଠାରେ ଏକ ପ୍ରତିବାଦ ସଭାରେ ନବୀନ ସରକାର କୁ ତୀବ୍ର ସମାଲୋଚନା କରିବା ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ କଟୁ ସମାଲୋଚନା କରିଥିଲେ। ଶ୍ରୀ ରଥ ନବୀନ ସରକାରର ବିଫଳତା ସମ୍ପର୍କରେ ଆଲୋକପାତ କରିବା ସହ ସମ୍ପ୍ରତି ରାଜ୍ୟରେ ନାରୀ ନିର୍ଯାତନା,ଦୁର୍ନୀତି,ଭ୍ରଷ୍ଟାଚାର ବଢ଼ିଥିବା ଅଭିଯୋଗ କରିଥିଲେ। ରାଜ୍ୟରେ ଅନ୍ୟାୟ ଅନୀତି ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ମୁଖିଆ କୁମ୍ଭ କର୍ଣ୍ଣ ନିଦରେ ଶୋଇ ଛନ୍ତି।ନବୀନ ଙ୍କ ନାରା ଗାଁ କୁ କାମ ମା କୁ ସମ୍ମାନ ଆଜି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇ ଥିଲେ ଶ୍ରୀ ରଥ। ବିଜେବି କଲେଜ ଛାତ୍ରୀ ରୁଚିକା ର ମୃତ୍ୟୁ ଆଜକୁ ୨୫ଦିନ ବିତି ଯାଇଥିଲେ ମଧ୍ୟ ନ୍ୟାୟ ମିଳିଲାନି ପୀଡ଼ିତା ର ପରିବାର କୁ। ଯାହାକୁ ନେଇ ଆଜି କଂଗ୍ରେସ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପୀଡ଼ିତା ର ପରିବାର କୁ ନ୍ୟାୟ ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛି ଆଠଗଡ଼ କଂଗ୍ରେସ।ଯଦି ଋଚିକା ର ପରିବାରକୁ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ହିଂସାତ୍ମକ ଆନ୍ଦୋଳନ କରିବା ସହ ରାଜ ରାସ୍ତା କୁ ଓହ୍ଲାଇବା କୁ ଚେତାବନୀ ଦେଇଛନ୍ତି ଆଠଗଡ କଂଗ୍ରେସ ନେତା ଉମାବଲ୍ଲଭ ରଥ।

ଏହି ଶୋଭାଯାତ୍ରାରେ ମୃତା ରୁଚିକାର ପରିବାର ଲୋକ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମ ରେ ଆଠଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ, ତିଗିରିଆ ବ୍ଲକ କଂଗ୍ରେସ କମିଟି ସଭାପତି ସୋମନାଥ ଦାସ, ଆଠଗଡ଼ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ନାରୀନେତ୍ରୀ ଅରୁପମା ଭକ୍ତା, ଯୁବ କଂଗ୍ରେସ ଜିଲ୍ଲା ଉପ ସଭାପତି ମନୋରଂଜନ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ଆଠଗଡ଼ ଯୁବ କଂଗ୍ରେସ ସଭାପତି ବିକ୍ରମ ବିକାଶ ରାୟସାମନ୍ତ, କଂଗ୍ରେସ ନେତା ବାଞ୍ଛାନିଧି ପ୍ରଧାନ,ସୁନିଲ ସୁତାର, ସଚ୍ଚିଦାନନ୍ଦ ପଣ୍ଡା, ରଜନୀ ଜେନା,ବାବୁଲି ପାତ୍ର, ବିପିନ ମହାପାତ୍ର, ଆଶୋକ ତ୍ରିପାଠୀ ଯୁବ କଂଗ୍ରେସ କର୍ମୀ ଶ୍ରିତମ ଦାସ , ବିଶାଳ ପରିଡା ,ଅଭିନାଶ ପ୍ରଧନ , ଦେଵବ୍ରତ ଦାସ ସମ୍ବିତ ଦଲେଇ ପ୍ରମୁଖ ଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!