ଆଠଗଡ଼/କଟକ – : ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆ ମାନେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ କାଉଡ଼ିଆ ମାନେ ଆସିଥାନ୍ତି।ତେବେ ଅନୁଗୁଳ ଅଞ୍ଚଳର ୧୦ ଜଣ କାଉଡ଼ିଆ ଜଳଲାଗି କରିବା ପାଇଁ ଧବଳେଶ୍ଵର ପୀଠକୁ ଆସିଥିଲେ ମହାପ୍ରଭୁଙ୍କ ନିକଟରେ ମଧ୍ୟ ଜଳଲାଗି କରିଥିଲେ।ତେବେ ଜଳଲାଗି କରିବା ପରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଠାରେ ବାଇକ ସହିତ ବାଇକର ମୁହାଁମୁହିଁ ଧକ୍କା ହେବାରୁ ମହିଳା କାଉଡ଼ିଆ ଜଣଙ୍କ ଗୁରୁତର ଆହତ ହୋଇଥିଲେ।ତେବେ ଅନ୍ୟ କାଉଡିଆ ମାନେ ତାଙ୍କୁ ନିଜ ଗାଡିରେ ଧରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଆଠଗଡ଼ ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଥିବା ଡାକ୍ତର ମାନସ ରଞ୍ଜନ ପାଣି ସୂଚନା ଦେଇଛନ୍ତି ।
ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର ଆହତ…
Creat A Revolution
Advertisement
Advertisement