ଟୁଇଟର ମାଧ୍ୟମରେ ଚାଷୀଙ୍କ ଦଃଖ ବୁଝିବେ ମନ୍ତ୍ରୀ ରଣେନ୍ଦ୍ର …

ଆଠଗଡ -: ଆଠଗଡ ଚାଷ ଓ ଚାଷୀଙ୍କ ସମସ୍ୟା ଦୁଃଖ କଥା ନକହିଲେ ସରେ । ଜଳସେଚନ ଅଭାବରୁ ଅଧିକାଂଶ ଜମି ପଡିଆ ପଡିଥିବା ବେଳେ ଚାଷୀ ଭାଇ ଚାଷ କରିନପାରି ଦାଦନ ଖଟିବାକୁ ବମ୍ବେ ସୁରଟ ଭଳି ରାଜ୍ୟ ଓ ଦେଶାନ୍ତର ହେଉଛି । କିନ୍ତୁ ଏବେ ଖୁସିର ଖବର ଦେଇଛନ୍ତି ମାନ୍ୟବର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିଜ ଫେସବୁକ ପେଜ ମାଧ୍ୟମରେ ଜଣାଇଛନ୍ତି ଯେ କୃଷକ ମାନଙ୍କ ସମସ୍ୟା ନିଜେ ସାମାଧାନ କରିବେ । ମନ୍ତ୍ରୀଙ୍କ ଟୁଇଟର ପେଜରେ ନିଜର ଅଭିଯୋଗ ଦିଅନ୍ତୁ, ସାମାଧାନ ତତକ୍ଷଣାନ୍ତ କରିବେ ।

Advertisement

ମନ୍ତ୍ରୀ କଥା ଦେଇ କଥା ରଖିବା ସନେ୍ଦହ ପ୍ରକାଶ କରିଛନ୍ତି ଆଠଗଡର ଚାଷୀ ଭାଇ ଭଉଣୀମାନେ । ତେବେ ଏହା ମଧ୍ୟରେ ଆଠଗଡର ଯୁବସଂଗଠକ ଅଭୟ ବାରିକ ମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ପେଜରେ ଟୁଇଟ୍ କରି ଆଠଗଡର ଶୀତଳ ଭଣ୍ଡାର ଚାଲୁକରିବା ପାଇଁ ଅନୁରୋଧ କରିବା ସହ ଏଭଳି ପଦକ୍ଷେପକୁ ସ୍ୱାଗତ ଯୋଗ୍ୟ ବୋଲି ପ୍ରକାଶ କରିଛନ୍ତି । ତେବେ ଆମେ ଏଠି କହିରଖୁଛୁ … ସମୟ କହିବ ସମସ୍ୟାର ସାମାଧାନ ହେବ କି କଥା କଥାରେ ରହିଯିବ । ଶୀତଳ ଭଣ୍ଡାର ସମସ୍ତ ଜମିକୁ ଜଳ ସେଚନର ସୁବିଧା ହୋଇପାରିଲେ ଆଠଗଡର ଚାଷୀକୁଳ ହସି ଉଠିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!