ମହିଳା କ୍ରିକେଟ ଫାଇନାଲରେ ଭାରତ, ପଦକ ନିଶ୍ଚିତ କଲା ଭାରତ …

ବର୍ମିହାମ -: ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଆଜି ଅନୁଷ୍ଠିତ ସେମିଫାନାଲ ମ୍ୟାଚରେ ଭାରତ ଆୟୋଜକ ଇଂଲଣ୍ଡକୁ ୪ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ଭାରତ ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛି । ଭାରତ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ପାଇଁ ପଦକ ହାସଲ କରିବାକୁ ଯାଉଛି । ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ସେମି-ଫାଇନାଲର ବିଜେତା ସହ ଖେଳିବ ।

Advertisement

ଆଜି ଏଜବାଷ୍ଟନଠାରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିଥିଲା । ଫଳରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୧୬୫ରନର ଲକ୍ଷ୍ୟ ରହିଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ସର୍ବାଧିକ ୬୧ ରନ କରିଥିବାବେଳେ ରୋଡରିଗସ୍ ୪୪ ରନ ଓ ଦିପ୍ତୀ ଶର୍ମା ୨୨  ରନ କରିଥିଲେ ।ଏହାର ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୦ ରନ କରିପାରିଥିଲା । ଫଳରେ ଭାରତ ୪ ରନରେ ବିଜୟୀ ହୋଇଥିଲା ।  ଇଂଲଣ୍ଡ ପକ୍ଷରୁ ନାଟାଲି ସିଭର ୪୧ ରନ କରିଥିବାବେଳେ ଡାନିଏଲେ ଓ୍ବାଟ୍ ୩୫ ରନ ଓ ଆମି ଜୋନ୍ସ ୩୧ ରନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!