ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ, ସାମ୍ବାଦିକ ମାନେ କ୍ରାନ୍ତିକାରି ହେବା ଆବଶ୍ୟକ

ଆଠଗଡ -: ଆଜି କ୍ରାନ୍ତି ଦିବସ ଅବସରରେ ଆଠଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ମୁଁ ହେଉଛି ପରାଧୀନ ଭାରତ ନାଗରିକ ହୋଇ ସ୍ୱାଧିନ ଭାରତ ସ୍ବପ୍ନ ଦେଖି ଥିଲି ଓ ଆଜି ମୁଁ ସ୍ୱାଧୀନ ଭାରତର ନାଗରିକ ବୋଲି ପ୍ରକାଶ କରିଥିଲେ l ଅନୁଷ୍ଠିତ କ୍ରାନ୍ତି ଦିବସରେ ମୂଖ୍ୟ ଅତିଥି ଭାବେ ଆଠଗଡ ଉପଖଣ୍ଡ ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଅଲେଖ କୁମାର ଦାସ ଯୋଗ ଦେଇ କ୍ରାନ୍ତି ଦିବସକୁ ପ୍ରତେକ ଶିକ୍ଷାନୁଷ୍ଠାନରେ ପାଳନର ଆବଶ୍ୟକତା ରହିଛି, ସଙ୍ଘର ପୂର୍ବତନ ସଭାପତି ତଥା ଅଧ୍ୟାପକ ଆଲୋଚକ ଦୀନେଶ ଦାସ କ୍ରାନ୍ତି ଦିବସ ଉପରେ ବିସ୍ତୃତ ଆଲୋଚନା କରିଥିଲେ l ସେ କହିଥିଲେ କି 1942 ଅଗଷ୍ଟ 9 ତାରିଖ ରେ ଯେଉଁ ଭଳି ଭାରତୀୟ ମାନେ ଏକାଠି ହୋଇ ଗାନ୍ଧୀ ମହାତ୍ମାଙ୍କ ନିର୍ଦେଶ ପାଳନ ପୂର୍ବକ କ୍ରାନ୍ତିକାରୀ ସାଜି ନିଜ ଅଧିକାର ଲାଭ ଓ ସୁରକ୍ଷା ପାଇଁ ସଂଗ୍ରାମ କରିଥିଲେ l

Advertisement

ସେହିଭଳି ଆଜିର ଦିନରେ ସାମ୍ବାଦିକ ମାନେ ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ଯେଉଁଭଳି କାମଳ ସାମ୍ବାଦିକତା କରୁଛନ୍ତି ସେଥିରୁ ମୁକ୍ତ ହୋଇ ଆଜିର ଦିବସରେ ଶପଥ ନେଇ ପରିବର୍ତ୍ତନ ନାରାରେ କ୍ରାନ୍ତିକାରୀ ସାଜିବା l ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ପୂର୍ବତନ ସଂମ୍ପାଦକ ସତ୍ୟପ୍ରକାଶ ରଥ ଆଜିର କ୍ରାନ୍ତି ଦିବସରେ ଦେଶକୁ ଆଉ ପଦେ ଆଗକୁ ନବାକୁ ହେଲେ ସାମ୍ବାଦିକ ମାନେ ଜଣେ ଜଣେ କ୍ରାନ୍ତିକାରୀ ହେବା ଆବଶ୍ୟକ ବୋଲି ପ୍ରକାଶ କରିବା ସହ ସାମ୍ବାଦିକ ସଂଘ ପକ୍ଷରୁ ଏହି ଭଳି ଦିବସ ପାଳନ ପାଇଁ ସାଧୁବାଦ ଜଣାଇଥିଲେ , ଶିକ୍ଷାବିତ ତଥା ପୂର୍ବତନ ସାମ୍ବାଦିକ ଚନ୍ଦ୍ରକାନ୍ତ ମିଶ୍ର, ସଂଘର ପୂର୍ବତନ ଉପସଭାପତି ମନୋରଞ୍ଜନ ମହାପାତ୍ର, ସଂଘର ପୂର୍ବତନ ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ , ସଂଘର ଉପସଭାପତି ବିଷ୍ଣୁପ୍ରସାଦ ଦାସ, କ୍ରାନ୍ତି ଦିବସ ଉପରେ ପୃର୍ବ ପର ଉପରେ ବିସ୍ତୃତ ଆଲୋଚନା କରିଥିଲେ,ସଂଘର ସମ୍ପାଦକ ବିଭୁତି ଭୂଷଣ ଖଟୁଆଙ୍କ ଆବାହକ ତଥା ସଂଯୋଜନାରେ ଆଠଗଡ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ, ସାମ୍ବାଦିକ ମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ଦାସ,ବିଶ୍ୱଜିତ ରାଉତ, ସଞ୍ଜୟ କୁମାର ମହାନ୍ତି,ସ୍ୱରାଜ ପଣ୍ଡା, ମାନସ ସାହୁ,ବିଭୁପ୍ରସାଦ ଦାସ, ଶେଷରେ ଯୁବ ସାମ୍ବାଦିକ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!