ଶିକ୍ଷା ଜ୍ୟୋତି ସଂମ୍ମାନରୁ ବଞ୍ଚିତ ହେଲେ ସୁଭଦ୍ରା, ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ପ୍ରଦାନ

ଆଠଗଡ – ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ମିନୀ ଷ୍ଟାଡିୟମ ଠାରେ ଆୟୋଜିତ ଶିକ୍ଷା ଜ୍ୟୋତି ସଂମ୍ମାନ କାର୍ଯ୍ୟକ୍ରମରେ ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ଦେଇ ସଂମ୍ମାନିତ କଲେ ଆଠଗଡ ସମାଜ ସେବି ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଅଭୟ କୁମାର ବାରିକ l ଗତ କାଲି ଶିକ୍ଷା ଜ୍ୟୋତି ସଂମ୍ମାନ କାର୍ଯ୍ୟକ୍ରମରେ ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର +2 କଳା ଛାତ୍ରୀ ସର୍ବୋଚ୍ଚ 528 ନମ୍ବର ରଖି ଟପର ହୋଇଥିଲେ l ତିଗିରିଆ ବ୍ଲକର ସୋମପଡ଼ା ଗ୍ରାମ ପଞ୍ଚାୟତର ଅର୍ଜୁନ ସାହୁଙ୍କ ମେଧାବୀ ଝିଅ ସୁଭଦ୍ରାଙ୍କୁ ଶିକ୍ଷା ଜ୍ୟୋତି ସଂମ୍ମାନକୁ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ଦୁଃଖ ଓ ପରୀତାପର ବିଷୟ ଯେ ଜଣେ କୃତି ମେଧାବୀ ଛାତ୍ରୀ ସୁଭଦ୍ରା ସାହୁଙ୍କୁ ଆମନ୍ତ୍ରଣ କରିଥିବା ବେଳେ ନା ଦେଲେ ପାଣି ନା ଦେଲେ ଖାଦ୍ୟ ନା ଦେଲେ ସଂମ୍ମାନ ସବୁଥିରୁ ବଞ୍ଚିତ କରିଥିଲେ l

Advertisement

ଆଉ ଭୋକ ଉପାସରେ ରହି ନିରାଶ ହୋଇ ଫେରି ଯାଇଥିଲେ ମେଧାବୀ ଛାତ୍ରୀ ସୁଭଦ୍ରା, ବାପାଙ୍କ ସହିତ ମେଧାବୀ ଝିଅ ସଂମ୍ମାନ ସମ୍ବର୍ଦ୍ଧନାରୁ ବଞ୍ଚିତ ହୋଇ ଫେରିଯାଇଥିଲେ l କିନ୍ତୁ ମେଧାବୀ ଛାତ୍ରୀ ସୁଭଦ୍ରାଙ୍କୁ ସମ୍ବର୍ଦ୍ଧନା ଓ ସଂମ୍ମାନ ଦେବା ପାଇଁ ଆଠଗଡର କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ବିଶ୍ୱଜିତ ରାଉତ ବାରମ୍ବାର ଶିକ୍ଷା ଜ୍ୟୋତି ସମ୍ମାନ ଆୟୋଜକ ସମ୍ପାଦକ ଓ ପରିଚାଳନା କରୁଥିବା କର୍ମକର୍ତାଙ୍କୁ ଅନୁରୋଧ କରିଥିଲା ବେଳେ ଫଳ ଶୂନ ହୋଇଥିଲା l ଶେଷରେ ନିରୁପାୟ ହୋଇ ସାମ୍ବାଦିକ ବିଶ୍ୱଜିତ ସାମାଜିକ ଗଣ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ l ପରେ ଆଠଗଡ ସମାଜ ସେବି ଅବସରପ୍ରାପ୍ତ ସେନା କର୍ମଚାରି ଅଭୟ କୁମାର ବାରିକ ଆଜି ନିଜ କାର୍ଯ୍ୟଳୟରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଛାତ୍ରୀ ସୁଭଦ୍ରାଙ୍କୁ ବୁଝା ସୁଝା କରି ଉତ୍ତରୀୟ, ପୁଷ୍ପ ଗୁଚ୍ଛ, 5 ଜି ମୋବାଇଲ ସହ ଜଗନ୍ନାଥଙ୍କ ଏକ ଫଟୋ ଚିତ୍ର ପ୍ରଦାନ କରିଥିଲେ l ଆଉ ଶିକ୍ଷା ଜ୍ୟୋତି ତରଫରୁ ଯଦି ଲାପଟପ 5 ଦିନ ମଧ୍ୟରେ ଦିଆ ନ ଯାଏ ମୁଁ ଏକ ଲାପଟପ ଦେବୀ ବୋଲି ପ୍ରକାଶ କରିଥିଲେ l ସୁଭଦ୍ରାଙ୍କୁ ଏ ବିଷୟରେ ପଚାରିବାରୁ କୃତି ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ଜ୍ୟୋତି କାର୍ଯ୍ୟକ୍ରମରେ ସଂମ୍ମାନ ଦେବା ପରିବର୍ତ୍ତେ ମୋ ଭଳି ଅନ୍ୟ କୌଣସି କୃତି ଛାତ୍ର ଛାତ୍ରୀମାନଙ୍କୁ ଆମନ୍ତ୍ରଣ କରି ଅସଂମ୍ମାନ ନ କରନ୍ତୁ ମୋର ଅନୁରୋଧ ବୋଲି ପ୍ରକାଶ କରିଥିଲେ l ବାରିକଙ୍କ ରଥଗଡା ସ୍ଥିତ କାର୍ଯ୍ୟଳୟରେ ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ଦାଦା ଭୀମସେନ ସାହୁ ଓ ଭାଙ୍ଗିପଡ଼ିଥିବା ପରିବାର ଉପସ୍ଥିତ ଥିଲେ,ସରୋଜ କୁମାର ଦାସ ଓ ପ୍ରଶାନ୍ତ କୁମାର ସାହୁ ସହଯୋଗ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!