ବଡମ୍ବା/ ତିଗିରିଆ –:ଚାଟ୍ରେ ବିଷ ମିଶାଇଥିଲା ବାପା ! ଚାଟ୍ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ବିରାବରପୁର ଗାଁର ଗୋବିନ୍ଦ ପାତ୍ର ଘରେ ଚାଟ୍ ପ୍ରସ୍ତୁତ କରି ଖାଇଥିଲେ ।

ଚାଟ୍ ଖାଇବାର କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସେମାନଙ୍କୁ ମାଣିଅବନ୍ଧ ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ଦୁଇ ଛୁଆ ଓ ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ୨ଦିନ ପୁର୍ବରୁ ସ୍ୱାମୀ ଗୋବିନ୍ଦ ପାତ୍ର ଭଲ ହୋଇ ଘରକୁ ଫେରିବା ପରେ ଗୋବିନ୍ଦଙ୍କ ଉପରେ ଶ୍ୱଶୁର ଘର ଲୋକଙ୍କ ସନ୍ଦେହ ଉପୁଜିବା ପରେ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ପର୍ଦ୍ଦାଫାସ୍ କରିବା ସହ ଗୋବିନ୍ଦଙ୍କୁ ତୁରନ୍ତ ତଦନ୍ତପରିସର ଭୁକ୍ତ କରି ବାକୁ ଦାବି କରିଛନ୍ତି ଶ୍ୱଶୁର । ଅନ୍ୟପଟେ ଗୋବିନ୍ଦ ଏନେଇ କିଛି ଜାଣିନଥିବା କହିଛନ୍ତି ।