କାନଡାରେ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖା, ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି ଦାବି

ଟରଣ୍ଟୋ -: ‌ଟ‌ରଣ୍ଟୋସ୍ଥିତ ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର‌’ରେ ଲିଖିତ ଭାରତ ବିରୋଧୀ ସ୍ଲୋଗାନ୍‌କୁ ଆଜି ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି କାନଡୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଓଟାୱାସ୍ଥିତ ଭାରତର ହାଇକମିସନର୍‌ ଟୁଇଟ୍‌ କରି କାନଡୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ପ୍ରଥ‌େମ ଏହି ଘଟଣାକୁ କେତେକ କାନଡୀୟ ସାଂସଦ ଏବଂ ହିନ୍ଦୁମାନେ ନିନ୍ଦା କରିଥିଲେ। କାନଡା ସଂସଦର ସଦସ୍ୟ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ, ହିନ୍ଦୁ ମନ୍ଦିରରେ ଘୃଣ୍ୟ ଅପରାଧ ଯୋଗୁଁ ହିନ୍ଦୁ କାନଡୀୟମାନେ ଚିନ୍ତିତ। କାନଡୀୟ ଖଲିସ୍ତାନୀୟ ଉଗ୍ରପନ୍ଥୀମାନେ ‌ଟରଣ୍ଟୋର ‘ବିଏପିଏସ୍‌ ଶ୍ରୀସ୍ବାମୀନାରାୟଣ ମନ୍ଦିର’କୁ ଅପବିତ୍ର କରିବା ଘଟଣାକୁ ସମସ୍ତେ ନିନ୍ଦା କରିବା ଉଚିତ। ଏହା ଏ ପ୍ରକାରର ଏକମାତ୍ର ଘଟଣା ନୁହେଁ।

Advertisement

ନିକଟ ଅତୀତରେ କାନଡୀୟ ହିନ୍ଦୁ ମନ୍ଦିର ସବୁ ଏହି ଧରଣର ଘୃଣ୍ୟ ଅପରାଧର ସରବ୍ୟ ହୋଇଛି। ହିନ୍ଦୁ କାନଡୀୟମାନେ ଏଥିରେ ଖୁବ୍‌ ଚିନ୍ତିତ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କେତେକ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ମନ୍ଦିର ପ୍ରାଚୀରରେ ‘ଖଲିସ୍ତାନ୍‌ ଜିନ୍ଦାବାଦ୍‌, ହିନ୍ଦୁସ୍ତାନ୍‌ ମୁର୍ଦାବାଦ୍‌’ ଲେଖାଯାଇଛି। ଆଉ ଜଣେ କାନଡୀୟ ସାଂସଦ ‌ରୁବି ସହୋତା କହିଛନ୍ତି ଯେ, ଏଟୋବିକୋକ୍‌ସ୍ଥିତ ସ୍ବାମୀନାରାୟଣ ମନ୍ଦିରର ଅପବିତ୍ରୀକରଣ ଅବର୍ଣ୍ଣନୀୟ ଓ ଅସମ୍ମାନଜନକ। କାନଡାରେ ବିନା ବାଧା ଅଥବା ଭୟରେ ସବୁ ଧର୍ମାବଲମ୍ବୀମାନଙ୍କର ପୂଜାର୍ଚ୍ଚନା କରିବାର ଅଧିକାର ରହିଛି। ଏଭଳି କାଣ୍ଡ କରିଥିବା ଅପରାଧୀମାନଙ୍କୁ ଶାସ୍ତି ଦିଆଯିବା ଉଚିତ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!