ହନୁମାନଙ୍କ ପୁଜା କରିବା ବେଳେ ଅଜାଣତରେ ଏଭଳି ଭୁଲ୍ କରନ୍ତୁ, ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିବ …

ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି ଭୁଲ ଗୁଡ଼ିକ କ’ଣ …

Advertisement

Jai Hanuman Gyan Guna Sagar Jai Kapeish ... - जय हनुमान ज्ञान गुन सागर जय  कपीश...


ମଙ୍ଗଳବାର ଓ ଶନିବାର ଦିନ କଳା କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ହନୁମାନଙ୍କୁ ପୂଜା କରନ୍ତୁ ନାହିଁ।
ହନୁମାନଙ୍କୁ ଲାଲ, ଗେରୁଆ ରଙ୍ଗ ଖୁବ ପସନ୍ଦ। ତେଣୁ ପ୍ରଭୁଙ୍କୁ ପୂଜା କରିବା ସମୟରେ ଲାଲ, ଗେରୁଆ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମଙ୍ଗଳବାର ଦିନ ବ୍ରତ ରଖୁଥିବା ବ୍ୟକ୍ତିିମାନେ ଲୁଣ ଖାଆନ୍ତୁ ନାହିଁ।
ବ୍ରତ ଦିନ ପ୍ରଭୁଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ।
ମଙ୍ଗଳବାର ଦିନ ଆମିଷ ଏବଂ ମଦ୍ୟପାନ କରନ୍ତୁ ନାହିଁ।
ଶାନ୍ତ ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଏହା ଶୁଭଫଳ ପ୍ରଦାନ କରିଥାଏ।
ଯଦି ଆପଣଙ୍କ ଜୀବନରେ ଓ ପରିବାରରେ ସମସ୍ୟା ଲାଗି ରହୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ଅବତାର ଫଟୋ ନିଶ୍ଚୟ ଲଗାନ୍ତୁ। ଏହି ସମସ୍ୟା ଦୂର ହେବ। ଘରେ ସୁଖସମୃଦ୍ଧି ଭରିଯିବ। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରଭୁ ନିଜର ଏହି ଅବତାରରେ ରାବଣର ଭାଈ ଅହିରାବଣର ବଧ କରିଥିଲେ।
ହନୁମାନଙ୍କର ପଞ୍ଚମୁଖୀ ଅବତାରରେ ଏହି ପାଞ୍ଚଟି ମୁଖ ହେଉଛି ବାନର, ଗରୁଡ଼, ବରାହ, ଅଶ୍ୱ ଓ ନୃସିଂହଙ୍କ ମୁଖ। ଏହି ଅବତାରରେ ପ୍ରଭୁ ଭକ୍ତମାନଙ୍କ ସମସ୍ତ ଦୁଃଖଦୁର୍ଦ୍ଦଶା ଦୂର କରନ୍ତି। ପ୍ରଭୁଙ୍କର ପ୍ରତ୍ୟେକ ମୁଖର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି।
ବାନର ମୁଖ ସମସ୍ତ ଶତ୍ରୁଙ୍କ ଠାରୁ ରକ୍ଷା କରିଥାଆନ୍ତି।
ଗରୁଡ଼ ମୁଖ ସମସ୍ତ ସମସ୍ୟାକୁ ଦୂର କରିଥାଆନ୍ତି।
ବରାହ ମୁଖ ସମୃଦ୍ଧି, ଦୀର୍ଘାୟୁ, ପ୍ରଦାନ କରିଥାଆନ୍ତି।
ନୃସିଂହ ମୁଖ ବିଭିନ୍ନ ସମସ୍ୟା, ଦୁଃଖ ଦୂର କରିଥାଆନ୍ତି।
ଅଶ୍ୱ ମୁଖ ସମସ୍ତ ମନସ୍କାମନା ପୂରଣ କରିଥାଆନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!