ଓଡିଶା ମାର୍କେଟରେ ମହକିବ ରୁଚି ଚା’ର ସ୍ୱାଦ, ଆନୁଷ୍ଠାନିକ ଭାବରେ ଉଦଘାଟନ କଲେ ଅଭିନେତ୍ରୀ ସୋନାଲି

ଭୁବନେଶ୍ୱର -: ଓଡ଼ିଶାର ବେଶ୍ ଲୋକପ୍ରିୟ ରୁଚି ମସଲା କମ୍ପାନୀ ‘ ଉତ୍କଳ ’ ଓ ‘ ଉତ୍କର୍ଷ ’ ନାମରେ ଦୁଇଟି ଉତ୍କୃଷ୍ଟମାନର ଚା ଉତ୍ପାଦନ ଆରମ୍ଭ କରିଛି । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି ବେନ୍ଦ୍ର ଗୁରୁବାର ସ୍ଥାନୀୟ ହୋଟେଲ ତାଜ ଭିଭାନ୍ତଠାରେ ଏହି ଚା’ର ଶୁଭ ଉନ୍ମୋଚନ କରିଛନ୍ତି । ଦୀର୍ଘ ୪୭ ବର୍ଷ ଧରି ପୂର୍ବ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରୁଚି ଫୁଡ୍ ଲାଇନ୍ ଉତ୍ପାଦିତ ନୂଆ ଚା’ର ମହକ ବେଶ୍ ମନଛୁଆଁ ବୋଲି ସେ କହିଥିଲେ । ଓଡ଼ିଶାର ଅତୀତ ଐତିହ୍ୟ , ସଂସ୍କୃତି ଓ ପରମ୍ପରା ବେଶ୍ ସମୃଦ୍ଧ ଓ ପ୍ରାଚୀନ ଏବଂ ଏହି ରାଜ୍ୟର ନାଁ ଅନୁସାରେ ‘ ଚା’ର ନାମକରଣ ଉତ୍କଳ ଓ ଉତ୍କର୍ଷ ରଖାଯିବା ବେଶ୍ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଜୀବନର ଅନେକ ପ୍ରେରଣାଦାୟୀ ଘଟଣାର ଉଦାହରଣ ଦେବା ସହିତ ଓଡ଼ିଶାର ପାରମ୍ପାରିକ ରନ୍ଧନଶୈଳୀ , ଖାଦ୍ୟରୁଚି ସହିତ ଏହି ଜଣାଶୁଣା ‘ ରୁଚି ’ ମସଲା କିଭଳି ପ୍ରଭାବ ବିସ୍ତାର କରିଛି ସେ ସଂପର୍କରେ ଆଲୋକପାତ କରିଥିଲେ ।

Advertisement

ଉତ୍ସବରେ ଯୋଗଦେଇଥିବା ରାଜ୍ୟର ବହୁ ବିଶିଷ୍ଟ ଅତିଥିମାନଙ୍କ ସହିତ ଚା’ ପର୍ବରେ ସାମିଲ ହୋଇ ଭାବ ବିନିମୟ କରିଥିଲେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି । ଓଡ଼ିଶାର ପ୍ରତିଷ୍ଠିତ ଶିକୋଦ୍ୟୋଗୀ ତଥା ‘ ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଥିଲେ ଯେ , ଓଡ଼ିଶାର ଲୋକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଏବଂ ଗୁଣମାନର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ । ଉତ୍କୃଷ୍ଟମାନର ମସଲା , ସିମାଇ , ପାସ୍ତା , ଫ୍ରୋଜନଫୁଡ଼ ଓ ସ୍ୱାସ୍ଥ୍ୟକର ପାନୀୟ ଓ ବେକେରି ଉତ୍ପାଦନ କରୁଥିବା ରୁଚି ଏବେ ନୂଆ ସ୍ୱାଦ ଓ ନୂଆ ମହକ ସହିତ ରୁଚି ର ’ ବଜାରକୁ ଛାଡ଼ିଛି । ଏହି ସାମଗ୍ରୀ ନିଶ୍ଚିତ ରୂପେ ଆମର ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ହେବ ବୋଲି ସେ କହିଥିଲେ । ‘ ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ , ଖାଦ୍ୟ ଓ ସ୍ୱାସ୍ଥ୍ୟକର ପାନୀୟ ପ୍ରିୟ ଆମ ରାଜ୍ୟର ଲୋକମାନଙ୍କ ଚାହିଦାକୁ ଆଖି ଆଗରେ ରଖୁ ଆମେ ପୂର୍ବଭାରତର ସବୁଠାରୁ ଉତ୍କୃଷ୍ଟମାନର ଚା’ ଉତ୍ପାଦନ କରୁଥିବା ଆସାମରୁ ଏହି ଚା’ ଆମଦାନୀ କରି ଏହାକୁ ବଜାରରେ ଛାଡ଼ିଛୁ । ରୁଚି ଚା’ ବିଶୁଦ୍ଧ ଓ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଏହା ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିବ । ରୁଚି ଚା’ର ଉନ୍ମୋଚନ ସହିତ ଆମେ କମ୍ପାନୀର ସାମାଜିକ କଲ୍ୟାଣ ଆଧାରରେ ଏକ ଅଭିନବ କାର୍ଯ୍ୟକ୍ରମର ମଧ୍ୟ ଆଜି ଶୁଭାରମ୍ଭ କରୁଛୁ । ଯାହାକି ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଉତ୍ସର୍ଗୀକୃତ ।

ପ୍ରାରମ୍ଭରେ ରୁଚିର ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ ଓ ସେଲ୍‌ସ୍ ହେଡ଼୍ ଦିଲ୍ଲୀପ କୁମାର ସାହୁ ଅତିଥିମାନଙ୍କୁ ସ୍ୱାଗତ କରି ରୁଚିର ଚା’ର ଚାହିଦା ଓ ଏହାର ବଜାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବର ମୁଖ୍ୟଅତିଥି ସୋନାଲି ବେନ୍ଦ୍ରଙ୍କୁ ଏଇ ଅବସରରେ ରୁଚି ପରିବାର ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ , ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ନିର୍ଦ୍ଦେଶିକା ସଲିନା ସାହୁ ଉପଢୌକନ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ । ସୋନାଲି ବେନ୍ଦ୍ର ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ ଭାବବିନିମୟ କରିଥିଲେ । ଏହି ଅବସରରେ ଆୟୋଜିତ ‘ ରୁଚି ଚା ’ ସୋନାଲି’ଙ୍କ ସହିତ କାର୍ଯ୍ୟକ୍ରମରେ ସୋନାଲି ବେନ୍ଦ୍ର , ଓଟିଭିର ପରିଚାଳନା ନିର୍ଦେଶିକା ଜାରିମଙ୍ଗତ ପଣ୍ଡା ଓ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଯୋଗଦେଇ ଓଡ଼ିଶାର ଶିଳ୍ପାୟନ ଏବଂ ଯୁବ ଉଦ୍ୟୋଗୀମାନଙ୍କ ନିମନ୍ତେ ଆଗକୁ ବଢ଼ିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ରୁଚିର ଲୋକସଂପର୍କ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ । ରୁଚି ଚା’ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ ମୁଖ୍ୟ ମେ ହୈ ଦମ୍ ’ ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶାର ପ୍ରତିଭାବାନ , ଦକ୍ଷ ଓ ପରିଶ୍ରମୀ ଯୁବ ଉଦ୍ୟୋଗୀମାନେ ନିଜର ଅଭିନବ ଯୋଜନା ସଂପର୍କରେ ଅନୂଳାଇନ୍ ଜରିଆରେ ପ୍ରସ୍ତାବ ପଠାଇଲେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣଙ୍କୁ ବାନ୍ଧି ପ୍ରତ୍ୟେକଙ୍କୁ ଦୁଇଲକ୍ଷ ଟଙ୍କାର ଆର୍ôଥକ ପ୍ରୋତ୍ସାହନ ଦିଆଯିବାକୁ ଘୋଷଣା କରାଯାଇଥିଲା । ଜାତୀୟସ୍ତରର ମଂଚ ସଂଚାଳକ ଗଜଲ ବସ ଓ ଡାଇଟ୍ କାନଭାସ୍‌ର ମୁଖ୍ୟ ଭଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!