ରାଜନୈତିକ ବିବାଦ ପାଇଁ ବିକାଶ ଠପ୍ , ବିଲ ମଝିରେ ଶବଦାହ ଯିବା ପାଇଁ ନାହିଁ ରାସ୍ତା


ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ରାଇସୁଙ୍ଗୁଡା ପଂଚାୟତର ଏହି ରାସ୍ତା, ଯେଉଁଠି ରାସ୍ତାପାଇଁ ଯାଇଥିଲା ଜଣକ ଜୀବନ । ସେହି ରାସ୍ତାକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ ଶେଷରେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ବିକାଶ ଏଠି ସାତସପନ । କେବଳ ରାସ୍ତା କଡରେ ବଡବଡ ହୋଡିଂ ଓ ପ୍ରତିଶୃତିରେ ଏଠି ହେଉଛି ବିକାଶ । ନିଜେ ନ ଦେଖିଲେ ବିଶ୍ୱାସ କରିବେନି ଆପଣ । ଏବେ ଏହି ପଂଚାୟତର ଶବଦାହ କରିବାକୁ ମଶାଣିରେ ଲୋକେ ହୁଅନ୍ତି ହାଇରାଣହରକତ ।

Advertisement
subscribe now

ଏଠି ଶବଦାହ ଗୃହକୁ ଯିବା ପାଇଁ ନାହିଁ ରାସ୍ତାଟିଏ । ପ୍ରଶାସନ କରିଛନ୍ତି ଶବଦାହ ଗୃହ ହେଲେ ଯିବାକୁ ରାସ୍ତାନାହିଁ । ଧାନବିଲରେ ଯିବାକୁ ପଡେ ଶବଦାହ କରିବାପାଇଁ । ସେଥିପାଇଁ ଧାନବିଲର ମାଲିକଙ୍କ ଠାରୁ ଶୁଣିବାକୁ ପଡେ ଗାଳି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଳକ ରାଇସୁଙ୍ଗୁଡା ପଂଚାୟତ ଧୂଆଁସହି ଗ୍ରାମର ଫକୀରଦଣ୍ଡାରୁ । ୫ ଦିନ ତଳେ ଏକ ଶବଦାହ କରିବାକୁ ଯାଇଥିଲେ ଗ୍ରାମବାସୀ ଧାନ ବିଲରେ । ତାହାର ଦୃଶ୍ୟଦେଖିବାକୁ ମିଳିଛି ।ଏହି ଦୃଶ୍ୟରୁ ଦେଖିପାରୁଥିବେ ଲୋକେ କିଭଳିଭାବେ ଧାନ ବିଲରେ ଶବଦାହ କରିବାକୁ ଯାଉଛନ୍ତି । ଶବଦାହ କରିଥିବା ଲୋକେ କରିଛନ୍ତି ଅଭିଯୋଗ । ତୁରନ୍ତ ଶବଦାହ ଗୃହକୁରାସ୍ତା କରିବାକୁ ଦାବିକରିଛନ୍ତି ଲୋକେ । ଏପଟେ ନବନିର୍ବାଚିତ ସମିତିସଭ୍ୟ ନିଜସ୍ୱ ପାଣ୍ଠିରୁ ଟଙ୍କା ମଞ୍ଜୁର କରିଛନ୍ତି ହେଲେ ବିରୋଧୀଦଳର ହୋଇଥିବାରୁ ବ୍ଳକ ପ୍ରଶାସନର ଶିକାର ହେବାକୁ ପଡୁଛି । ଯାହାପାଇଁ ବିକାଶ ମୂଳକ କାଯ୍ୟ ମଧ୍ୟ ଠପ ହୋଇଯାଇଛି ।

ଏପଟେ ବ୍ଳକ କଂଗ୍ରେସ ସଭାପତିଙ୍କ ପତ୍ନୀ ସରପଞ୍ଚ ଥିବାରୁ ପଂଚାୟତର ବିକାଶ ମୂଳକ କାଯ୍ୟ ହୋଇପାରୁ ନାହିଁ ଆଉ ପ୍ରଶାସନ ଠାରୁ ଆରମ୍ଭକରି ରାଜନେତା ପଯ୍ୟନ୍ତ ସମସ୍ତେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ବିଧାୟକ ହେଉଛନ୍ତି ପ୍ରଶାନ୍ତ ବେହେରା ଓ ସାଂସଦ ହେଉଛନ୍ତି ଅନୁଭବ ମହାନ୍ତି । ଏ ଉଭୟ ଲୋକ ପ୍ରତିନିଧି ହେଉଛନ୍ତି ବିଜେଡି ଶାସକ ଦଳର । ତଥାପି ଏଠି ବିକାଶ ଅଧାବାଟରେ ଝୁଣ୍ଟି ପଡିଛି । କଣ ଏହା ସରକାରଙ୍କ ଜନହିତକର କାଯ୍ୟ ,ନା ଏହା ନବୀନ ବାବୁଙ୍କ ବିକାଶର ସ୍ୱପ୍ନ, ସତରେ କଣ ଏହା ବିକାଶ । ଚିନ୍ତା ଆପଣଙ୍କର ଓ ବିଚାର ଆପଣଙ୍କର । ଏ ସଂକ୍ରାନ୍ତରେ ସ୍ଥାନୀୟ ବିଧାୟକଙ୍କ ମତାମତ ନେବାପଇଁ ତାଙ୍କ ନଂକୁ ଫୋନ କରିବାକୁ ଚେଷ୍ଟ କରିଥିଲୁ କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!