ସୋମପଡା ପଞ୍ଚାୟତ ରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ତିଗିରିଆ -: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ମାସେ ବ୍ୟାପି ସାରା ରାଜ୍ୟରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ତିଗିରିଆ ବ୍ଲକ ର ସୋମପଡା ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ତିଗିରିଆ ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ପଞ୍ଚାୟତର କୁମ୍ଭୀପୁଟ ଗ୍ରାମର ଶିବ ମନ୍ଦିର ପରିସରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ କୁମ୍ଭୀପୁଟ,ବିଲିଗାଁ, ମହୁଲଢ଼ିପ, ବାହାରବିଲା,ସୋମପଡା ଗ୍ରାମ ପରିକ୍ରମା କରି ଶେଷରେ ସୋମପଡା ଗ୍ରାମର ଶିବ ମନ୍ଦିର ନିକଟରେ ଶେଷ ହୋଇଥିଲା।

Advertisement

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ଦୁଇ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ରାଉତ ଓ ସଞ୍ଜୟ କୁମାର ମଲ୍ଲିକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସାଂସଦଙ୍କ ପ୍ରତିନିଧି ରୂପା ଦଳେଇ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଗୌରହରି ପରିଡା, ଜିଲ୍ଲା ବିଜେଡି ଉପ ସଭାପତି ନୃସିଂହ ଚରଣ ମହାପାତ୍ର, ଆଇନଜୀବୀ ରଘୁନାଥ ଦାଶ, ସୋମପଡା ପଞ୍ଚାୟତ ଯୁବ ସଙ୍ଗଠକ ତ୍ରିଲିପ ସାମନ୍ତରାୟ, ପୂର୍ବତନ ସୋମପଡା ପଞ୍ଚାୟତ ସରପଞ୍ଚ ରେବତୀ ବେହେରା, ସରପଞ୍ଚଙ୍କ ପ୍ରତିନିଧି ନୀଳମଣି ବେହେରା, ଯୁବ ନେତା ବିକାଶ କୁମାର ପ୍ରଧାନ, ସମାଜସେବୀ ଦେବରାଜ ପ୍ରଧାନ, ସମିତି ସଭ୍ୟଙ୍କ ପ୍ରତିନିଧି ରମାକାନ୍ତ ବେହେରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତାପସ ପ୍ରଧାନ,ଆତ୍ମା ସଭାପତି ହରେନ୍ଦ୍ର ଦଳେଇ, ଭିରୁଡା ପଞ୍ଚାୟତ ସମିତି ସଭ୍ୟ ଧନେଶ୍ୱର ରଣା,ପାଞ୍ଚଗାଁ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଦଳେଇ,ଜିଲ୍ଲା ବିଜେଡି ମହିଳା ସମ୍ପାଦିକା ତଥା ଭୋଗଡା ପଞ୍ଚାୟତ ସରପଞ୍ଚ ଶର୍ମିଳା ନାୟକ,ବ୍ଲକ ମିଶନ ଶକ୍ତି ସଭାପତି ସମସୁରା ବେଗମ,ଜିଲ୍ଲା ବିଜେଡି ମହିଳା ଯୁଗ୍ମ ସାଧାରଣ ସମ୍ପାଦିକା ସବିତା ବେହେରା,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପକ ମହାନ୍ତି,ସୋମପଡା ପଞ୍ଚାୟତ ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଚୌଧୁରୀ,ସମାଜସେବୀ ସନାତନ ପଣ୍ଡା,ମକରଧ୍ୱଜ ପଣ୍ଡା,ସୋମପଡା ପଞ୍ଚାୟତ ଯୁବ ନେତା ଶିଶିରକାନ୍ତ ରାଉତରାୟ, ଜିତେନ୍ଦ୍ର ରାଉଳ,ମଥୁରା ନନ୍ଦ ପ୍ରଧାନ,ଭାଗ୍ୟଧର ଗଣ୍ଠିଆ, ସନାତନ ରଣା, ମାୟାଧର ପ୍ରଧାନ, ରଞ୍ଜନ ପ୍ରଧାନ, ଅରୁଣ ପ୍ରଧାନ, ପ୍ରଭାକର ବାରିକ,ପଞ୍ଚାୟତ ଯୁବ ବିଜେଡି ସଭାପତି ଶ୍ରିତମ ସାମନ୍ତରାୟ,ସମ୍ପାଦକ ବିକାଶ କୁମାର ପ୍ରଧାନ,ପଞ୍ଚାୟତ ଦକ୍ଷ ନଥିପତ୍ର ଲେଖିକା କାଜଲ ଖଟୁଆ,ବ୍ୟାଙ୍କ ମିତ୍ର ସୁମିତ୍ରା ବେହେରା, ପଞ୍ଚାୟତ ମହିଳା ବିଜେଡି ସଭାପତି ସୋନିକା ପ୍ରଧାନ, ସମ୍ପାଦିକା ଶକୁନ୍ତଳା ପ୍ରଧ, ଯୁବନେତା ବିଜୟ ବଳିୟାର ସିଂହ ଓ ସମୀର ରାଉତ, ବ୍ଲକ ବିଜେଡି ଯୁବ ସଭାପତି ପ୍ରୀତିରଞ୍ଜନ ବେହେରା, ଛାତ୍ର ସଭାପତି ହିମାଂଶୁ ଶେଖର ସ୍ୱାଇଁ,ଉପ ସଭାପତି ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସାଗର ଖଟୁଆ,ଡିଜିଟାଲ ସମ୍ପାଦକ ଆଶିଷ କଅଁର,ସୋମନାଥ କୁଣ୍ଡୁ, ତୋଫାନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦଯାତ୍ରା ରେ ଉପସ୍ଥିତ ସମସ୍ତ ଅତିଥି, ମହିଳା କର୍ମୀ ଓ ଦଳୀୟ କର୍ମୀ ମାନେ ସ୍ଥାନୀୟ ଜନସାଧାରଣ ଙ୍କ ଘରକୁ ଘର ଯାଇ ଲୋକମାନଙ୍କୁ ବିଜେଡ଼ି ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା କର୍ମୀ,ପଞ୍ଚାୟତ ତଥା ଅନ୍ୟାନ୍ୟ ପଞ୍ଚାୟତ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ପଦଯାତ୍ରା କୁ ସଫଳ କରାଇଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!