ନୂଆପାଟଣା ୨ ନମ୍ବର ତନ୍ତୁବାୟ ସହଯୋଗ ସମିତିରେ ବୁଣାକାର ମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ …

ତିଗିରିଆ -: ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ସ୍ଥିତ ହସ୍ତତନ୍ତ ପୁଞ୍ଜି ଅଧୀନରେ ଥିବା ନୂଆପାଟଣା ୨ ନମ୍ବର ତନ୍ତୁବାୟ ସହଯୋଗ ସମିତି ଲିଃ ପରିସରରେ ଆଠଗଡ ବୟନ ମଣ୍ଡଳର ମୋଟ ୭୦ ଜଣ ମାଷ୍ଟର ବୁଣାକାର, ପୁରସ୍କାର ପ୍ରାପ୍ତ ବୁଣାକାର, ଉଦ୍ୟୋଗୀ ବୁଣାକାର ଓ କାରିଗର ମାନଙ୍କୁ ଆତିଥ୍ୟ , ପର୍ଯ୍ୟଟନ ପରିଚାଳନା ଓ ସ୍ୱଳ୍ପ ବିକାଶ ସମ୍ପର୍କରେ ଦୁଇଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇଆଇଟିଏମର ପ୍ରଫେସର ଆଦ୍ୟାଶା ଦାସ,ଆଠଗଡ ବୟନ ମଣ୍ଡଳର ସହକାରୀ ବୟନ ଶିଳ୍ପ ନିର୍ଦେଶକ ଶ୍ରୀକାନ୍ତ ନାୟକ,ସନ୍ଥ କବିର ପୁରସ୍କାର ପ୍ରାପ୍ତ ବୁଣାକାର ଶ୍ୟାମ ସୁନ୍ଦର କରଣ, ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ବୁଣାକାର ଦେବରାଜ ଦେବତା,ଦୁଇ ନମ୍ବର ତନ୍ତୁବାୟ ସହଯୋଗ ସମିତି ସଭାପତି ପ୍ରସନ୍ନ କୁମାର ଗୁଇଁ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Advertisement

ନିଜ ଅଭିଭାଷଣ ରେ ସମସ୍ତ ଅତିଥି ରାଜ୍ୟ ବୟନ, ହସ୍ତତନ୍ତ , ହସ୍ତଶିଳ୍ପ ବିଭାଗ ଓ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ସରକାର ଙ୍କ ପକ୍ଷରୁ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗ୍ରାମାଞ୍ଚଳରେ ପର୍ଯ୍ୟଟନ କୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ସହ ହସ୍ତତନ୍ତକୁ ସରକାରୀ ସ୍ତରରେ ସମାନ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ଅତିଥି ମାନେ ସୂଚନା ଦେଇଥିଲେ।ଯାହାଫଳରେ ହସ୍ତତନ୍ତ କ୍ଲଷ୍ଟରକୁ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗ୍ରାମାଞ୍ଚଳରେ ଜନସାଧାରଣ ଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ସୁଯୋଗ ସୃଷ୍ଟି କରିବ। ତେଣୁ ସ୍ଥାନୀୟ ବୁଣାକାର ସମ୍ପ୍ରଦାୟ ପକ୍ଷରୁ ହସ୍ତତନ୍ତ ଉପରେ ପର୍ଯ୍ୟଟକ ମାନଙ୍କୁ ଏକ ସୂଚନାପୁର୍ଣ ତଥ୍ୟ ପ୍ରଦାନ କୌଶଳ ର ଅଭିଜ୍ଞତା ହାସଲ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିବା ଅତିଥି ମାନେ ସୂଚନା ଦେଇଥିଲେ। ଏହି ଶିବିର କୁ ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ଏସଏଡ଼ିଏଚଏସି) ଜ୍ୟୋତିର୍ମୟ ପାତ୍ରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇ ଥିବାବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ଆଇଆଇଟିଏମ,ଭୁବନେଶ୍ୱର ର ଅଧିକାରୀ ଅନନ୍ୟା ଦାସ,ଭାଗବତ ଦେହୁରୀ, ଦେବରାଜ ଘଡେଇ, ବୟନ ତତ୍ତ୍ୱବଧାରକ ଦାମୋଦର ବେହେରା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!