ଆଠଗଡରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୂର୍ଯ୍ୟଭବନ ପାଲଟିଛି ଅପରାଧିଙ୍କ ଆଡ୍ଡାସ୍ଥଳୀ

ଆଠଗଡ – ଆଠଗଡରେ ଏବେ ଗଣତନ୍ତ୍ର ବୋଲି କିଛି ନାହିଁ । ଏଠି ଚାଲିଛି ଗୁଣ୍ଡାମୀ ଶାସନ । ଗଣତନ୍ତ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ଥିବାବେଳେ ଆଠଗଡରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଏଭଳି ଘଟଣାକୁ ନେଇ ଆଠଗଡ ସ୍ଥିତ ନିଜ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଉପରେ ବର୍ଷିଛନ୍ତି ଆଠଗଡର ଯୁବସଂଗଠକ ଅଭୟ ବାରିକ । ଏହି ଗଣତନ୍ତ୍ରକୁ ହତ୍ୟା କରିବାର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବାହୁବଳୀ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଠଗଡରେ ନୂଆ ବସଷ୍ଟାଣ୍ଡର ନବକଳେବର ପାଇଁ ୪କୋଟି ୯୭ଲକ୍ଷ ୭୮ହଜାର ଟଙ୍କା ବ୍ୟୟ କରାଯାଇଛି କିନ୍ତୁ ବ୍ୟାପକ ତୃଟି ସାଙ୍ଗକୁ ନିମ୍ନ ମାନର କାମ ଯୋଗୁଁ ବସଷ୍ଟାଣ୍ଡର କାନ୍ଥ ଫାଟିଥିଲା ।

Advertisement

ଏହି ବିଷୟରେ ଆଠଗଡ ଓ ତିଗିରିଆ ଅଞ୍ଚଳର ଜନ ସାଧାରଣମାନେ ଆଲୋଚନା କରୁଥିଲେ ମନ୍ତ୍ରୀ ଅତ୍ୟଧିକ ପି.ସି. ନେବାଦ୍ୱାରା ଠିକାଦାର ମହାଶୟ ନିମ୍ନମାନର କାମ କରିଛନ୍ତି । ଏହାର ପ୍ରଚାର ପ୍ରସାର ସତ୍ତ୍ୱେ ବି ଏହି ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତରବରିଆ ଭାବେ ଉଦ୍‌ଘାଟନ କରିଥିଲେ । ତେଣୁ ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଲୋକଲୋଚନକୁ ଆସୁଥିବା କଥାକୁ ଏବଂ ବସଷ୍ଟାଣ୍ଡର ନିମ୍ନମାନର କାମକୁ ଭ୍ରୁକ୍ଷେପ ନକରି ପି.ସି. ନେବା ପାଇଁ ବ୍ୟାକୁଳ ଥିଲେ । ପ୍ରକୃତରେ ସେ ଆଠଗଡକୁ ୧ନଂ କରିବାକୁ ଚାହୁଁନାହାଁନ୍ତି । ଏଠାରେ ବିକାଶ ନାମରେ ବିନାଶ କରିଚାଲିଛନ୍ତି । ନିମ୍ନମାନର କାମକୁ ବିରୋଧ କରି ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ଦେଖାଇ ବିରୋଧ କରିଥିଲେ । କିନ୍ତୁ ସ୍ଥାନୀୟ ପୁଲିସ ବିରୋଧ କରୁଥିବା ନେତାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଗଣତନ୍ତ୍ରରେ ବିରୋଧ କରିବାକୁ ଦମନ କରୁଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଲାଇଁ ରାଜ୍ୟ ସରକାରଙ୍କ ଅହିଂସା ରଥକୁ ଧବଳେଶ୍ୱରଠାରୁ ସ୍ୱାଗତ କରି ଆଠଗଡରେ ପ୍ରବେଶ କରାଇଥିଲେ ତାହା କେବଳ ଲୋକ ଦେଖାଣିଆ ।

କିନ୍ତୁ ପ୍ରକୃତରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ପାଇଁ ହିଂସାକୁ ଭଲ ପାଆନ୍ତି । ତାହା ହୋଇନଥିଲେ କଳାପତାକା ପ୍ରଦର୍ଶନ ସମୟରେ ମନ୍ତ୍ରୀଙ୍କ କର୍ମୀମାନେ ଯେଭଳି ଭାବେ ହିଂସାତ୍ମକ କାର୍ଯ୍ୟ କରି ପୁଲିସ ଉପସ୍ଥିତିରେ ମନୋରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ କର୍ମୀମାନଙ୍କୁ ମାରପିଟ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ତାହା ଗଣତନ୍ତ୍ର ପ୍ରତି ଶୋଭନୀୟ ନୁହେଁ । ଏହା ବ୍ୟତୀତ ଆଠଗଡ ଥାନା ଅଞ୍ଚଳରେ ଥିବା ହତ୍ୟା ଅପରାଧୀମାନଙ୍କ ନାମରେ ୱାରେଣ୍ଟ ଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଖୁଲମ ଖୁଲା ଛାଡି ମନ୍ତ୍ରୀ ରଣେନ୍ଦ୍ରଙ୍କ ଶରଣରେ ଦେଇଥିବା ବେଳେ ସେହି ଅପରାଧମାନେ ସୂର୍ଯ୍ୟଭବନରେ ରହିଛନ୍ତି ଏବଂ ଗୋପବନ୍ଧୁ ବିଜ୍ଞାନ କଲେଜ ଏବଂ ଗୋପବନ୍ଧୁ ମହିଳା କଲେଜ କାର୍ଯ୍ୟରତ ଥିବା କର୍ମୀମାନେ ମଧ୍ୟ ମନ୍ତ୍ରୀଙ୍କ ଇଙ୍ଗିତରେ ସେହି କଳାପତାକା ଘଟଣାରେ ହିଂସା ଘଟାଇବାରେ ଲିପ୍ତ ରହିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ମନ୍ତ୍ରୀ ରଣେନ୍ଦ୍ର ତାଙ୍କର କର୍ମୀମାନଙ୍କୁ ହିଂସା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଯାହାକି ଆମ ଆଠଗଡର କଳା , ସଂସ୍କୃତି ଏବଂ ଭାଇଚାରାକୁ ନଷ୍ଟ କରୁଛି । ଏହା ଆଗରୁ ମଧ୍ୟ ପ୍ରେସମିଟ୍ ମାଧ୍ୟମରେ ଜଣାଇଥିଲୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଯଥା- ସମବାୟ , ଫନି , ଗୋଚର ଜମି , କମ୍ପାନୀ , ପାଇଖାନା ଏବଂ କାଜୁ ରୋପଣରେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଆଠଗଡର ଯୁବସଂଗଠକ ତଥା ସମାଜସେବୀ ଅଭୟ ବାରିକ । ଆଠଗଡର ଭାଇଚାରାକୁ ନଷ୍ଟ କରୁଛନ୍ତି , ଅହିଂସା ପରିବର୍ତ୍ତେ ହିଂସାକୁ ପ୍ରସୟ ଦେଉଛନ୍ତି ଓ ନିଜ କାର୍ଯ୍ୟାଳୟ ସୂର୍ଯ୍ୟଭବନ ଅପରାଧୁଙ୍କ ଆଡାସ୍ଥଳୀ ବନାଉଛନ୍ତି । ଏହାର ଦୃଢ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!