

ତିଗିରିଆ – ତିଗିରିଆ ଗଡଠାରେ ପ୍ରସିଦ୍ଧ କାଳୀପୂଜାକୁ ଦେଖିବା ପାଇଁ, ଦୈନିକ ହଜାର ହଜାର ଲୋକମାନଙ୍କ ସମାଗମ ହେଉଥିବା ବେଳେ, ମେଡିକାଲକୁ କାଳୀପୂଜା ଉପଲକ୍ଷେ ରୋଗୀମାନଙ୍କୁ ମନା । ଏହି ମନା କୈଣସି ସାଧାରଣ ଲୋକ କରୁନାହାନ୍ତି, ଏହି ମନା କରୁଛନ୍ତି ଖୋଦ୍ ନିୟୋଜିତ ପୋଲିସ କର୍ମଚାରୀ । ବିଚିତ୍ର ଲାଗୁଥିଲେ ବି ଏ କଥାଟି ସତ୍ୟ ।
ଆଜି ଶନିବାର ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ରୋଗୀ ଏକ ବାଇକ ଯୋଗେ, ତିଗିରିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ, ସରକାରୀ ହାଇସ୍କୁଲ ନିକଟରେ ନିୟାଜିକ ପୋଲିସ କର୍ମଚାରୀ, ରୋଗୀକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିବାଲାଗି ବାରଣ କରିବା ସହିତ, ନାଲିଆଖି ଦେଖାଇ ଫେରାଇ ଦେଇଥିଲେ । ଫଳରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ, ବହୁ କାକୁତି ମିନତି କରିବା ସହିତ, ସ୍ୱାସ୍ଥ୍ୟ କେନ୍ଦ୍ରର ଚିଠା ଦେଖାଇବାରୁ ରୋଗୀଙ୍କୁ ଛାଡିଥିଲେ । ତେବେ ରୋଗୀଙ୍କୁ ମେଡିକାଲ ମନା କାହିଁକି ? ପୋଲିସର ଏପରି ଅମାନୁଷିକତା କାହିଁକି ? ପୋଲିସ ସୁରକ୍ଷା ଦେବା ପରିବର୍ତ୍ତେ ରୋଗୀଙ୍କୁ ମେଡିକାଲକୁ ଛାଡୁନି କାହିଁକି । ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ଘଟଣାକୁ ନେଇ ରୋଗୀଙ୍କ ସଂମ୍ପର୍କିୟ ବିଷ୍ଣୁ ପ୍ରସାଦ ଦାସ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।