ତିଗିରିଆରୁ ବେଆଇନ ଗାଈ ମାଂସ ଓ ଟ୍ରକ ଜବତ, ଟ୍ରକ ଡ୍ରାଇଭର ଓ ହେଲ୍ପର ଗିରଫ …

Tigiria police station | Sambad English

ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ସକାଳେ ଏକ ବେଆଇନ ଗୋ ମାଂସ ବୋଝେଇ ଟ୍ରକ କୁ ଜବତ କରାଯିବା ସହ ଟ୍ରକ ରେ ଥିବା ଅନ୍ୟୁନ ୧୫ ଟନ ଓଜନର ବେଆଇନ ଗୋ ମାଂସ ଜବତ କରାଯାଇଛି। ଗାଡିର ଡ୍ରାଇଭର ଓ ହେଲ୍ପର କୁ ଗିରଫ କରାଯାଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି।ଘଟଣାରୁ ପ୍ରକାଶ ଯେ ଗତ କିଛିଦିନ ଧରି ତିଗିରିଆ ବ୍ଲକ ବେଆଇନ ଗୋ’ଚାଲାଣ ଓ ଗୋ’ମାଂସ ଚାଲାଣର ହବ ପାଲଟିଛି।ଧୀରେ ଧୀରେ ଅଞ୍ଚଳରେ ବେଆଇନ ଗୋ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁଁ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।ଯାହାର ଫଳ ସ୍ୱରୂପ ଗତ କିଛି ଦିନ ତଳେ ବ୍ଲକ ର ବିନ୍ଧାଣିମା ଗ୍ରାମର ଲୋକମାନେ ଏହି ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ରାଜରାସ୍ତା କୁ ଓହ୍ଲାଇ ଥିଲେ।

Advertisement

ପରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ତରଫରୁ ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା। ତେଣୁ ଏହାର ଫଳସ୍ୱରୂପ ତିଗିରିଆ ଥାନା ଆଇଆଇସି ଶ୍ରୀମତୀ ଜେନା ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିବା ସହ ବେଆଇନ ଗୋ ମାଂସ ଚାଲାଣ ହେଉଥିବା ଗାଡିକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୪ ଟା ସମୟରେ ଆଇଆଇସି ଶ୍ରୀମତୀ ଜେନା ଓ ଏସଆଇ ସନ୍ତୋଷ କୁମାର ପ୍ରଧାନ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ଗୋ ମାଂସ ଏକ ଟ୍ରକରେ ଯାଉଥିବା ସୂଚନା ପାଇଥିଲେ।ପରେ ଗାଡିକୁ ପିଛା କରି ତିଗିରିଆ ଥାନା ନିଜିଗଡ଼ ପଞ୍ଚାୟତ ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧରିବାରେ ସକ୍ଷମ ହୋଇଥିଲେ।ପରେ ମାଂସ ବୋଝେଇ ଟ୍ରକ ର ନମ୍ବର ଏପି୩୯ଏକ୍ସ୪୮୬୯ କୁ ଜବତ କରିବା ସହ ଗାଡ଼ିରେ ଥିବା ପ୍ରାୟ ୧୫ ଟନ ଗୋ ମାଂସ କୁ ଜବତ କରିଥିଲେ।

ଏହି ମାଂସ ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବବୋଲି ସୂଚନା ମିଳିଛି।ଏଥିସହିତ ଗାଡିର ଡ୍ରାଇଭର ଆନ୍ଧ୍ରପ୍ରଦେଶ ରାଜ୍ୟ କ୍ରିଷ୍ଣା ଜିଲ୍ଲା ର ବାଜି ସଇଦ (୩୫) ଓ ହେଲ୍ପର ୟେନିବାର୍ଲା ରାଧାକ୍ରିଷ୍ଣା କୁ ଗିରଫ କରାଯାଇଛି।ଏ ନେଇ ତିଗିରିଆ ଥାନାରେ କେସ ନମ୍ବର ୨୨୬/୨୨ ଓ ଧାରା ୩୭୯,୪୧୧,୪୨୯,୩୪ ଆଇପିସି, ଆର/ଡବ୍ଲ୍ୟୁ ସେକ୍ସନ.୧୧(୧)(ଏ)(ଡ଼ି) ଅଫ ଦି ପ୍ରିଭେନସନ ଅଫ କ୍ରୁଏଲି ଟୁ ଆନିମଲସ ଆକ୍ଟ/ସେକ୍ସନ.୭ ଅଫ ଦି ଓଡ଼ିଶା ପ୍ରିଭେନସନ ଅଫ କାଓ ସ୍ଲାଟର ଆକ୍ଟ ୧୯୮୦ ରେ ମାମଲା ରୁଜ୍ଜୁ କରାଯାଇଥିବା ତିଗିରିଆ ଥାନା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି। ଜବତ ମାଂସକୁ ଅପରାହ୍ନରେ ତିଗିରିଆ ପୋଲିସ ପକ୍ଷରୁ ନିଜିଗଡ଼ ପଞ୍ଚାୟତ ସ୍ଥିତ ବାରମାଣ ବନ୍ଧ ନିକଟରେ ପୋତି ଦିଆଯାଇଥିବା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!