କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ …

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତସ୍ଥିତ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଦୀର୍ଘ ୭ ଦିନ ଧରି ଚାଲିଥିବା ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରୋଗ୍ରାମ ଅଫିସର ଗଣେଶ୍ୱର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା କୁଂକୁମିତା ନାୟକ ସଭାପତିତ୍ୱ କରିଥିବା ବେଳେ ଶିବିରରେ ଯୋଗଦେଇଥିବା ଛାତ୍ରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଗତ ୭ ଦିନ ଧରି ଶିବିରାର୍ଥୀ ମାନେ ସ୍ୱଚ୍ଛ ଭାରତ, ବୃକ୍ଷରୋପଣ, ସାନିଟାଇଜେସନ,ସଡ଼କ ସୁରକ୍ଷା ଇତ୍ୟାଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର କର୍ମଚାରୀ ଶିଶିର କୁମାର ନାୟକ,ଆଲୋକ ରଞ୍ଜନ ପଣ୍ଡା, ରଘୁନାଥ ରାଉତ ଓ ପ୍ରମୁଖ ଉପସ୍ଥିତ ଥିଲେ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!