ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମରେ ଆସୋସିଏସନ ଦିବ୍ୟଜ୍ୟୋତି ଆନୁକୂଲ୍ୟରେ ଚାଲିଥିବା ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଂଟର ଆଜିର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟୋଜକ ପାଞ୍ଚଗାଁ ଆଥଲେଟିକ ଆସୋସିଏସନ ଫୁଟବଲ କ୍ଳବକୁ ଟାଇବ୍ରେକର ଜରିଆରେ୫-୪ ଗୋଲରେ ଭୁବନେଶ୍ୱର ଗଣ୍ଡରପୁରର ୟୁନାଇଟେଡ଼ ଫୁଟବଲ କ୍ଳବ ପରାସ୍ତ କରି ଟୁର୍ଣ୍ଣାମେଂଟର ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।

ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ ମ୍ୟାଚରେ ଭୁବନେଶ୍ୱର ଦଳ ତରଫରୁ ଖେଳର ପ୍ରଥମାର୍ଧର ୨୦ ମିନିଟରେ ୧୧ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳୀ ତୋଫାନ ନାୟକ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ ରେ ଅଗ୍ରଣୀ ଦେଇଥିଲେ।ପରେ ଆୟୋଜକ ପାଞ୍ଚଗାଁ ଦଳ ତରଫରୁ ଦ୍ଵିତୀୟାର୍ଦ୍ଧ ଖେଳ ର ୫ ମିନିଟ ରେ ୨୧ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳୀ ବଣ୍ଟି ପିରୋଇ ବ୍ୟକ୍ତିଗତ ପ୍ରଥମ ଗୋଲ ସ୍କୋର କରି ମ୍ୟାଚ କୁ ୧-୧ ସ୍ଥିତିକୁ ନେଇଆସିଥିଲେ।ପରେ ଉଭୟ ଅର୍ଧେକ ଶେଷ ସୁଦ୍ଧା ଉଭୟ ଦଳ ପରସ୍ପର କୁ ଆଉ ଗୋଲ ଦେବାରେ ସକ୍ଷମ ହୋଇନଥିଲେ।ଫଳରେ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ପରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରିବା ପାଇଁ ଟାଇବ୍ରେକରର ସହାୟତା ନିଆଯାଇଥିଲା।
ଏଥିରେ ଭୁବନେଶ୍ୱର ଦଳ ବିଜୟ ଲାଭ କରିଥିଲେ।ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ ପାଞ୍ଚଗାଁ ଦଧିବାମନ ଜୀଉ ବିଦ୍ୟାପୀଠ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁବାସ ଚନ୍ଦ୍ର ମୁଦୁଲି ଯୋଗଦେଇ ଉଭୟ ଦଳ ର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ବ୍ରହ୍ମାନନ୍ଦ ଭୋଇ ଖେଳ ପରିଚାଳନା କରିଥିବାବେଳେ ତାଙ୍କୁ ଲାଇନ୍ସ ରେ ସଞ୍ଜୀବ ଦାସ ଓ ଦେବରାଜ ସ୍ବାଇଁ ସହାୟତା ଯୋଗାଇ ଦେଇଥିଲେ।ଚତୁର୍ଥ ରେଫରୀ ଭାବେ ସୁବାସ ଚନ୍ଦ୍ର ମୁଦୁଲି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।ଆସନ୍ତା କାଲି ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ କଟକ ର ଚାଉଳିଆଗଞ୍ଜ ଫୁଟବଲ କ୍ଳବ ଓ ପ୍ରତାପନଗରୀ ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ଦିବ୍ୟ ଜ୍ୟୋତି କ୍ଳବ ର ସଭାପତି ତପନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।