ହକି ବିଶ୍ୱକପରେ ମାସ୍କଟ ଓଲିର ଭୂମିକା ନିର୍ବାହ କରୁଛନ୍ତି ତିଗିରିଆର ଶ୍ରୀଧର

ତିଗିରିଆ -: ରାଜ୍ୟରେ ଚାଲିଥିବା ହକି ବିଶ୍ୱକପ ପ୍ରତିଯୋଗୀତା ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ ପ୍ରତିଯୋଗିତାର ବିଭିନ୍ନ ମ୍ୟାଚ ରେ ଦର୍ଶକ ମାନେ ମ୍ୟାଚ ର ମଜା ନେବା ସହ ଓଲି ମାସ୍କଟ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଦେଉଛି । ଦର୍ଶକ ମାନେ ଏହି ଓଲି ମାସ୍କଟ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। ଏହି ଓଲି ମାସ୍କଟ ଭାବେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି କଟକ ଜିଲ୍ଲା ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତର ବାସିନ୍ଦା ଶ୍ରୀଧର ପଣ୍ଡା।ସ୍ଥାନୀୟ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ର ଯୁକ୍ତ ତିନି କଳା ବିଭାଗ ତୃତୀୟ ବର୍ଷ ର ଛାତ୍ର ଶ୍ରୀଧର ଙ୍କର ଏହି କାର୍ଯ୍ୟ ଅଞ୍ଚଳ ପାଇଁ ଗୌରବ ଆଣିଦେବା ସହ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ପ୍ରତ୍ୟେକ ମହଲ ରୁ ଅଭିନନ୍ଦନର ଶୁଅ ଛୁଟିଛି।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!