ଗଦାଧରପୁରରେ ଧାନମଣ୍ଡି ଉଦଘାଟିତ …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଚଳିତବର୍ଷ ର ପ୍ରଥମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସେବା ସମବାୟ ସମିତି ର ସଭାପତି ଉଷାରାଣୀ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଓ ସମ୍ପାଦକ ଶାନ୍ତନୁ କୁମାର ଖଟୁଆ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିଥି ରୂପେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବ୍ଲକ ମହିଳା ବିଜେଡ଼ି ସଭାପତି ରୂପା ଦଳେଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଗୌରହରି ପରିଡା, ପୂର୍ବତନ ପଞ୍ଚାୟତ ସରପଞ୍ଚ ଦୁଃଶାସନ ସ୍ଵାଇଁ, ସମାଜସେବୀ ସୁରେନ୍ଦ୍ର ସ୍ବାଇଁ, ସମାଜସେବୀ ଗଜେନ୍ଦ୍ର ଦଳେଇ,

Advertisement

ବିନ୍ଧାଣିମା ସେବା ସମବାୟ ସମିତିର ସମ୍ପାଦକ ବିଷ୍ଣୁଚରଣ ନାୟକ, ବିଷ୍ଣୁପୁର ସେବା ସମବାୟ ସମିତିର ସଭାପତି ଅପର୍ତ୍ତି ସାମଲ, ଗଦାଧରପୁର ସେବା ସମବାୟ ସମିତିର ନିର୍ଦେଶକ ଭ୍ରମରବର ସ୍ବାଇଁ, ବିପିନି ଖଟୁଆ, କର୍ପୂର ସ୍ୱାଇଁ, ପ୍ରମୋଦ କୁମାର ଖଟୁଆ, ରବୀନ୍ଦ୍ର କୁମାର ରାଉତ, ସମାଜସେବୀ ବିବେକ ସାମଲ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ପରେ ମଣ୍ଡି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଜିର ଏହି ମଣ୍ଡିରେ ସରକାର ଙ୍କ ପକ୍ଷରୁ ଧନଲକ୍ଷ୍ମୀ ମିଲର କୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି।ଆଜି ସେବା ସମବାୟ ସମିତି ଅଧୀନରେ ପଞ୍ଜିକରଣ କରିଥିବା ୧୯ ଜଣ ଚାଷୀ ଙ୍କ ଠାରୁ ମୋଟ ୫୨୨ କୁଇଣ୍ଟାଲ ୫୬ କେଜି ଧାନ ସଂଗ୍ରହ କରାଯାଇଥିବା ସେବା ସମବାୟ ସମିତିର ସମ୍ପାଦକ ଶ୍ରୀ ଖଟୁଆ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!