ପଶ୍ଚିମବଙ୍ଗ ଭଳି ଓଡିଶାରେ ହିସାଂର ଆଶ୍ରୟ ନେଉଛନ୍ତି ବିଜେଡି ନେତା, ମାରିଦେବାକୁ ବି ପଛାଉ ନାହାନ୍ତି

ଭୁବନେଶ୍ୱର -: ବିଜେଡି ଦଳରେ ପଶିଆସିଲାଣି ବେଙ୍ଗଲି ଢାଞ୍ଚା । ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଗତକାଲି ବାଣପୁରରେ ଶୋଭାଯାତ୍ରାରତ ବିଜେପି କର୍ମୀମାନଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ଆଜି ଭୁବନେଶ୍ୱର ଗସ୍ତ କରିଛନ୍ତି ସମ୍ବିତ ପାତ୍ର । ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ପାତ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି କି ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ । ଗତକାଲି ବିଜେଡି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ନିଲମ୍ବନ କେବଳ ଏକ ନାଟକ ହିଁ ଥିଲା ବୋଲି ବିଜେପି ଅଭିଯୋଗ କରିଛି । କାରଣ ସେ ନିଲମ୍ବନ ହେବା ପରେ ବି ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରଯାଉ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କ ଏପରି ଆଚରଣ ପାଇଁ ଓଡ଼ିଶାର ଛବି ମଳିନ ହୋଇଛି । ତାଙ୍କୁ ପୂର୍ବରୁ ହିଁ ବହୁବଳୀ ବିଧାୟକ କୁହାଯାଉଥିଲା । ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ବା ଚିଲିକାରେ ଦଳିତ ଯୁବକକୁ ମାଡ଼ ମାରି ଲହୁ ଲୁହଣ କରିବା ଘଟଣା ସେ ଅତୀତରେ ଘଟାଇଛନ୍ତି । ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀମାନଙ୍କୁ ମାରିଦେବାକୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସାରା ଓଡିଶାରେ ଏବେ ଗୋଟିଏ କଥା ଚର୍ଚ୍ଚା ଜୋର ଧରିଛି ବିଜେଡି ଦଳ ହେଉଛି ଓଡିଶାର ଯମ । ସାରା ଓଡିଶା ଇଚ୍ଛିଶ୍ରୀ, ବେବିନା, ମାଧବିଲତା, ପରୀ, ପିହୁ ଏଭଳି ଅନେକ ଘଟଣା ସମସ୍ତଙ୍କୁ ବ୍ୟଥିତ କରୁଛି । କୈାଣସି ପରିବାରକୁ ବି ନ୍ୟାୟ ଦେବାରେ ସକ୍ଷମ ହେଉନି ନବିନ ସରକାର ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!