୬୪ ବାଟାଲିୟନ ସି.ଆର୍.ପି.ଏଫ୍ ପକ୍ଷରୁ ସିଭିକ୍ ଏକ୍ସନ୍ ପ୍ରୋଗ୍ରାମ

ଦୋଳ ପୁର୍ଣ୍ଣିମା ଓ ହୋଲି ଅବସରରେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା, ଆପଣଙ୍କୁ ଏହି ସୁନ୍ଦର ଭେଟି
Advertisement

ଥୁଆମୂଳ/ରାମପୁର -: ସି.ଆର୍.ପି.ଏଫ୍ ର ୬୪ ବାଟାଲିୟନ କଳାହାଣ୍ଡି ଶାଖା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଲକ ଗୁଣପୁର କ୍ୟାମ୍ପର ଯବାନ ମାନଙ୍କ ଦ୍ବାରା ସିଭିକ୍ ଏକ୍ସନ୍ ପ୍ରୋଗ୍ରାମ ମାଧ୍ୟମରେ ବ୍ଲକର ପୁରୁଣାଗୁମା,ଜଟାଙ୍ଗପଡା ଏବଂ ପେରମଞ୍ଜି ଠାରେ ଲାଇନଗୁଡା,କର୍ଲାପାଟ,ପେରମଞ୍ଜି,ଉପର ପେରମଞ୍ଜି,ଜଟାଙ୍ଗପଡା,ବାଲିସରା ଏବଂ ରଣପୁର ଗ୍ରାମ ଗୁଡିକର ଗ୍ରାମବାସୀ ମାନଙ୍କୁ ମୋଟ ୧୫୯ ଗୋଟି ରେଡ଼ିଓ ଏବଂ ସମସ୍ତ ରେଡିଓ ପାଇଁ ଚାରି ଚାରିଗୋଟି ବେଟେରି ପ୍ରଦାନ କରାଯାଇଛି।ଦୁର୍ଗମ ଅଞ୍ଚଳରେ ସେଠିକାର ଲୋକେ ବାହାର ଦୁନିଆର କୌଣସି ଖବର ବାର୍ତ୍ତା ସହିତ କୌଣସି ମନୋରଞ୍ଜନ ଭିତ୍ତିକ ବିଷୟରେ ଅଜଣା ରହୁଥିବା ବେଳେ ଏହି ରେଡିଓ ମାଧ୍ୟମରେ ଦୁନିଆର ବିଭିନ୍ନ ହାଲଚାଲ୍ ଜାଣିପାରିବେ ବୁଝିପାରିବେ ଏଭଳି ଉଦ୍ଦେଶ୍ୟ ନେଇ ସୋମବାର ଏହି ସୁରକ୍ଷା ବାହିନୀ ପକ୍ଷରୁ ଏଭଳି ଏକ ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ କରାଯାଇଥିବା ଆୟୋଜକ ପକ୍ଷରୁ ପ୍ରକାଶ କରାଯାଇଛି।ସି.ଆର୍.ପି.ଏଫ୍ ୬୪ ବାଟାଲିୟନ କଳାହାଣ୍ଡି ଶାଖାର ଗୁଣପୁର କ୍ୟାମ୍ପର ଦ୍ୱିତୀୟ କମାଣ୍ଡେଣ୍ଟ ଶ୍ରୀ ଦରିଆ ପାଲ୍ ସିଂ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏସବୁ ଗ୍ରାମରୁ ଆସିଥିବା ଲୋକଙ୍କୁ ରେଡିଓ ପ୍ରଦାନ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ସହାୟକ କମାଣ୍ଡେଣ୍ଟ ଶ୍ରୀ କେ କେ ପାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକରେ କାଣିଗୁମା ସରପଞ୍ଚ ଧୃବକାନ୍ତ ମାଝୀ, ସମିତି ସଭ୍ୟା ଶ୍ରୀମତୀ ସୁରେନ୍ଦ୍ରୀ ନାଏକ,କର୍ଲାପାଟ ସରପଞ୍ଚ ବିଶ୍ବ ମାଝୀ ଏବଂ ଓ୍ବାର୍ଡ ସଭ୍ୟ ରାମସିଂ ମାଝୀ, ଜଇମନୀ ମାଝୀ ଏବଂ ଦିଓ୍ବାନ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ସି.ଆର୍.ପି.ଏଫ୍ ଓଡିଶା ସେକ୍ଟରର ଆଇ.ଜି.ପି ଏସ୍.କେ ମହାନ୍ତି ଏବଂ ୬୪ ବାଟାଲିୟନ କମାଣ୍ଡେଣ୍ଟ ଶ୍ରୀ ବିପ୍ଲବ ସରକାରଙ୍କ ମାର୍ଗ ଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *

error: Content is protected !!