ପକ୍କାଘର ମରାମତି ରାଶି ପାଇବାରେ ବିଳମ୍ବ କରୁଛନ୍ତି ତିଗିରିଆ ପ୍ରଶାସନ

ତିଗିରିଆ – ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆବାସ ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ ପକ୍କା ଘର ମରାମତି କରିବା ପାଇଁ ୩୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । କିନ୍ତୁ କିଛି ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁଁ, ହିତାଧିକାରୀ ହଇରାଣ ହରକତ ହେଉଥିବା ନଜିର ରହିଛି ।

Advertisement
ଦୋଳ ପୁର୍ଣ୍ଣିମା ଓ ହୋଲି ଅବସରରେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା, ଆପଣଙ୍କୁ ଏହି ସୁନ୍ଦର ଭେଟି

ଅଭିଯୋଗ ମୁତାବକ ନିଜଗଡ ପଞ୍ଚାୟତ ନୂଆଶାସନ ଗ୍ରାମର ଶିବପ୍ରସାଦ ଦାଶ,ପିତା- ବଳରାମ ଦାଶ, ୨୦୧୬/୧୭ ଆର୍ôଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ । ଉକ୍ତ ଆବାସକୁ ସଂମ୍ପୁର୍ଣ କରି ସମସ୍ତ ଅର୍ଥ ରାଶି ପାଇଥିବା ବେଳେ, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଘର ମରାମତି କରିବା ପାଇଁ ୩୦୦୦/ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା ହୋଇଥିଲା । କିନ୍ତୁ ଘୋଷଣା ମୁତାବକ କିଛି ହିତାଧିକାରୀଙ୍କୁ ଉକ୍ତ ଅର୍ଥରାଶି ମିଳିଥିବା ବେଳେ, ଅନେକ ହିତାଧିକାରୀଙ୍କୁ ଉକ୍ତ ଅର୍ଥ ରାଶି ପ୍ରଦାନ କରିବାରେ ବ୍ଲକ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଥାଉକି ଏସମ୍ପର୍କରେ ଶ୍ରୀ ଶିବ ପ୍ରସାଦ ଦାଶ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ଉକ୍ତ ଅର୍ଥ ରାଶି ଖୁବଶୀଘ୍ର ପ୍ରଦାନ କରାଜିବ ବୋଲି ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କାର୍ଯ୍ୟରେ ଥିବା ଅଧିକାରୀ କୁହନ୍ତି ଆମେ ଏହାକୁ ସଂଶୋଧନ କରିବୁ,କିନ୍ତୁ ଉକ୍ତ ଟଙ୍କା ଯିିବକି ନଜିବ ଆମେ କହିପାରିବୁ ନାହିଁ । ଏସମ୍ପର୍କରେ ଉପରିସ୍ଥ ଅଧିକାରୀ ବିଶେଷ ଭାବେ ଦୃଷ୍ଟି ଦେଇ, ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ହିତାଧିକାରୀ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!