କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ଅଚାନକ ଧନଲାଭର ଯୋଗ ରହିଛି । ସନ୍ଧ୍ୟାରେ କୈାଣସି ବନ୍ଧୁ ସହ ଦୀର୍ଘ ସମୟ କଥା ହେବେ । କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ ।

Advertisement
ଦୋଳ ପୁର୍ଣ୍ଣିମା ଓ ହୋଲି ଅବସରରେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା, ଆପଣଙ୍କୁ ଏହି ସୁନ୍ଦର ଭେଟି

ବୃଷ -: ଅଫିସରେ ଆପଣଙ୍କ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ । ଧନଲାଭର ଅବସର ପାଇବେ । ଆପଣଙ୍କୁ ଘରର କୈାଣସି ଦାୟିତ୍ୱ ମିଳିବ । ପ୍ରେମ ସମ୍ବନ୍ଧ ନିବିଡ଼ ହେବ ।

ମିଥୁନ -: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ । ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ । ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ ।

କର୍କଟ -: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ । ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।

ସିଂହ -: ଆପଣ କୈାଣସି ପ୍ରକାର ଜିଦ କରନ୍ତୁ ନାହିଁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । କୈାଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ ।

କନ୍ୟା -: ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ କୈାଣସି ବଡ଼ ପ୍ରସିଦ୍ଧି ମିଳିପାରେ । କୈାଣସି ବଡ଼ ବ୍ୟବସାୟ ଗ୍ରୁପରେ ଯୋଡ଼ିହୋଇ ପାରନ୍ତି । ଛାତ୍ର ବାପାଙ୍କର ସାହାଯ୍ୟ ନେବେ ।

ତୁଳା -: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆର୍ôଥକ ସ୍ଥିତି ସୁଦୃଢ଼ ରହିବ । କୈାଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ । ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ ।

ବିଛା -: ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ କରିବାର ବ୍ୟସ୍ତ ରହିବେ । ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ । ଗୃହିଣୀମାନେ ଘର ସଫାସୁତୁରା କରିବାରେ ବ୍ୟସ୍ତ ରହିବେ ।

ଧନୁ -: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । ଭାଇ ଭଉଣୀ କୈାଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ । ପ୍ରେମୀ ଯୁଗଳ ବାହାରକୁ ବୁଲିଯବା ପାଇଁ ଯୋଜନା କରିବେ ।

ମକର -: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କ ବ୍ୟବହାରରେ ଆପଣ ପ୍ରଭାବିତ ହେବେ । ଆପଣଙ୍କ କାମରେ ନିରନ୍ତରତା ବଜାୟ ରହିବ ।

କୁମ୍ଭ -: ପ୍ରତ୍ୟେକ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ଆର୍ôଥକ ସ୍ଥିତିକୁ ଧ୍ୟାନରେ ରଖନ୍ତୁ । ବିଦ୍ୟାର୍ଥୀଙ୍କ ମନ ପାଠପଢ଼ାରେ ଲାଗିବ ।

ମୀନ -: ବ୍ୟକ୍ତିଗତ କଥା କାହାରିକୁ କୁହନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ । ମହିଳାମାନେ ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!