ଖାଆନ୍ତୁ ନାହିଁ ଏହି ଖାଦ୍ୟ, ବଢ଼ିପାରେ ହୃଦ୍‌ରୋଗ ସମସ୍ୟା

ଆଜିକାଲିର ଆଧୁନିକ ଜୀବନ ଶୈଳୀରେ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଉଛି । ବର୍ତ୍ତମାନ ହୃଦରୋଗ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଏହି ରୋଗ ପାଇଁ ଅକାଳରେ ଅନେକ ଜୀବନ ଯାଉଛି । ତେବେ ଅସନ୍ତୁଳିତ ଜୀବନ ଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇ ଏହି ରୋଗ ସୃଷ୍ଟି ହୋଇଥାଏ । ଯଦି ଏହାକୁୂ ପ୍ରାଥମିକ ସ୍ତରରେ ସମାଧାନ ନକରାଯାଏ ତେବେ ଏହା ଭବିଷ୍ୟତରେ ଭୟଙ୍କର ହେବାର ଆଶଙ୍କା ରହିଥାଏ । କିନ୍ତୁ ଏପରି କେତେକ ଖାଦ୍ୟ ଅଛି ଯାହା ଖାଇବା ଦ୍ୱାରା ତାହା ହୃଦରୋଗର ଆଶଙ୍କାକୁ କେତେକାଂଶରେ କମାଇଥାଏ । ତେବେ ନିୟମିତ ସବୁଜ ପନିପରିବା, ଫଳମୂଳ, ଶାଗ ଖାଇବା ଉଚିତ୍ । ଏହା ସହିତ ଖାଦ୍ୟ ତାଲିକାରେ ମାଛକୁ ସାମିଲ କରନ୍ତୁ । କିନ୍ତୁ ଘିଅ, ଲହୁଣୀ, କୁକୁଡା ମାଂସ, ଛେଳି ମାଂସ କମ୍ ଖାଆନ୍ତୁ ଓ ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । ସର୍ବଦା ଭିଟାମିନ ସି ଯଥା ଲେମ୍ୁ, ଅଁଳା, କମଳା, ଟମାଟୋ ଆଦି ଓ ଭିଟାମିନ ଇ ଜାତୀୟ ଖାଦ୍ୟ ବାଦାମ, କଖାରୁ, ସୋୟାବିନ ଆଦି ସେବନ କରିବା ଦ୍ୱାରା ହୃଦରୋଗର ଆଶଙ୍କା କମ ହୋଇଥାଏ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!