ପୁସ୍ତକ ମେଳାରୁ ଚୋରି କରୁଥିଲେ ଏହି ଅଭିନେତ୍ରୀ, ଗିରଫ କଲା ପୋଲିଷ

କୋଲକତା -: ଆନ୍ତର୍ଜାତୀୟ କୋଲକତା ପୁସ୍ତକ ମେଳାରୁ ଚୋରି ଅଭିଯୋଗରେ ରୂପା ଦତ୍ତଙ୍କୁ ପୁଲିସ୍ ଗିରଫ କରିଛି  । ଏକାଧିକ ଟିଭି ଧାରାବାହିକରେ ଅଭିନୟ କରିଥିବା ରୂପା ଦତ୍ତଙ୍କୁ ପୁଲିସ୍ ଗିରଫ କରିଛି  । ଏକାଧିକ ଟିଭି ଧାରାବାହିକରେ ଅଭିନୟ କରିଥିବା ରୂପା ପୁସ୍ତକ ମେଳାରେ ଥିବା ଡଷ୍ଟବିନରେ ଏକ ପର୍ସ ଫିଙ୍ଗୁଥିବାବେଳେ ପୁଲିସ୍ ନଜରରେ ପଡିଥିଲେ  । ଏହାପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା  । ହେଲେ ତାଙ୍କ କଥାରେ ତାଳମେଳ ରହି ନଥିଲା  । ତାଙ୍କୁ ଗିରଫ କରାଯାଇଛି ବୋଲି ବିଧାନ ନଗର ଥାନା ଅଧିକାରୀ କହିଛନ୍ତି  ।

Advertisement

ଯାଞ୍ଚବେଳେ ତାଙ୍କ ପର୍ସରୁ ନଗଦ ୭୪ହଜାର ଟଙ୍କା ଜବତ ହୋଇଥିଲା  । ଏଥିସହିତ ତାଙ୍କ ପର୍ସରୁ କେତେଗୁଡିଏ ଛୋଟ ପର୍ସ ମିଳିଥିଲା  । ପଚରାଉଚରା ବେଳେ,  ଏହା ପୂର୍ବରୁ ଅନେକ ମେଳା ଏବଂ ଇଭେଣ୍ଟରୁ ସେ ଲୋକମାନଙ୍କ ପକେଟମାର୍ କରିଥିବା ଜଣାପଡିଛି  । ଏହାର ଏକ ତାଲିକା ମଧ୍ୟ ତାଙ୍କ ନିକଟରେ ରହିଛି  । ଧ୍ୟାନ ହଟାଇ ଚୋରି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି  । ରୂପା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ  । ରୂପା ନିଜକୁ ଜଣେ ଲେଖିକା, ନିଦେ୍ର୍ଧଶିକା ଏବଂ ସମାଜସେବିକା ବୋଲି କହୁଥିବାବେଳେ ଟିଭି ଧାରାବାହିକ ‘ଜୟ ମା ବୈଷ୍ଣଦେବୀ’ରେ ମାତା ବୈଷ୍ଣଦେବୀ ଭୂମିକାରେ ଅଭିନୟ କରିଥିଲେ  । 

Advertisement

Leave a Reply

Your email address will not be published. Required fields are marked *

error: Content is protected !!